ଟୁଇଟର ବ୍ୟବହାର ପାଇଁ ଖୁବ୍‌ଶୀଘ୍ର ଦେବାକୁ ପଡ଼ିବ ଦେୟ

ଓ୍ବାଶିଂଟନ୍‌,୪।୫: ଗତ ସପ୍ତାହରେ ଟୁଇଟର କିଣିବା ପରେ ଚର୍ଚ୍ଚାରେ ରହିଥିବା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କ ଏବଂ ଟୁଇଟର କମ୍ପାନୀ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏଲୋନ ମସ୍କ ଟୁଇଟରକୁ କିଣିବା ପରେ ସ୍ପଷ୍ଟ କରିଛନ୍ତି ଯେ, ଭବିଷ୍ୟତରେ ଟୁଇଟର ବ୍ୟବହାର ପାଇଁ ଉପଭୋକ୍ତାଙ୍କୁ ଏକ ଦେୟ ଦେବାକୁ ପଡିବ। ବୁଧବାର ଟୁଇଟ କରି ଏଲୋନ ମସ୍କ ଏନେଇ ସୂଚନା ଦେଇଛନ୍ତି। କିନ୍ତୁ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସାଧାରଣ ୟୁଜର୍ସଙ୍କ ପାଇଁ ଏହା ସର୍ବଦା ମାଗଣା ରହିବ। ବୁଧବାର ଏଲନ୍‌ ମସ୍କ ଟୁଇଟ କରି କହିଛନ୍ତି, ସାଧାରଣ ୟୁଜର୍ସଙ୍କ ପାଇଁ ଟୁଇଟର ସର୍ବଦା ମାଗଣା ରହିବ କିନ୍ତୁ ବ୍ୟବସାୟିକ ଓ ସରକାରୀ ୟୁଜର୍ସଙ୍କୁ ଅଳ୍ପ କିଛି ଦେୟ ଦେବାକୁ ପଡ଼ିବ। ସୂଚନାଯୋଗ୍ୟ, ଟୁଇଟର କିଣିବା ପରେ ଏଲୋନ ମସ୍କ ଏହାର ପରିଚାଳନାରେ ସମ୍ପୁର୍ଣ୍ଣ ପରିବର୍ତ୍ତନ କରିପାରନ୍ତି। ଅନ୍ୟପଟେ ଟୁଇଟରର ବର୍ତ୍ତମାନର ସିଇଓ ପରାଗ ଅଗ୍ରୱାଲ ଏବଂ ପଲିସି ହେଡ ବିଜୟ ଗଡେ ଟୁଇଟରରୁ ହଟାଇଦିଆଯିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏନେଇ କୌଣସି ସ୍ପଷ୍ଟ ହୋଇନାହିଁ।

Share