ଆଜିଠାରୁ ଟୁଇଟର କର୍ମଚାରୀଙ୍କ ଛଟେଇ ଆରମ୍ଭ, ଖର୍ଚ୍ଚ କାଟି ମସ୍କ ବଞ୍ଚାଇବେ ୮୨ ଅରବ ଟଙ୍କା

ୱାଶିଂଟନ,୪ ।୧୧: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ଟୁଇଟରର ମାଲିକ । ଟୁଇଟରକୁ କିଣିବା ପରେ ଏବେ ସେ ଏହାର କର୍ମଚାରୀ ସଂଖ୍ୟା କମ କରିବା ପ୍ରୟାସ ଆରମ୍ଭ କରିଛନ୍ତି । ଶୁକ୍ରବାରଠାରୁ ଟୁଇଟର କର୍ମଚାରୀଙ୍କ ଛଟେଇ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ତେବେ କର୍ମଚାରୀ ଛଟେଇ କରି ମସ୍କ ପ୍ରାୟ ୮୨ ଅରବ ଟଙ୍କା ବଞ୍ଚାଇବାକୁ ଚାହୁଁଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ, ମସ୍କ ଟୁଇଟର ଇଂନକାପେରିଶେନ(ଟୁଇଟର ଆଇଏନସି)ର ନୂଆ ପ୍ରବନ୍ଧକଙ୍କୁ କହିଛନ୍ତି ସେ ଇନଫ୍ୟାଷ୍ଟ୍ରକଚର ଦାମକୁ କମ କରିବାକୁ ଚେଷ୍ଟା କରନ୍ତୁ । ମସ୍କ କହିଛନ୍ତି ବର୍ଷକୁ ଟୁଇଟରର ଖର୍ଚ୍ଚ ସେ ଏକ ଅରବ ଡଲାର କମ୍ କରିବାକୁ ଚାହୁଁଛନ୍ତି । ମସ୍କଙ୍କର ଏହି ଖର୍ଚ୍ଚ କାଟ ଯୋଜନାକୁ ‘ଡିପ କଟସ୍ ପ୍ଲାନ’ ନାମ ଦିଆଯାଇଛି ।
ଖର୍ଚ୍ଚ କାଟ ଯୋଜନା ସହ ଜଡିତ ସୂତ୍ରର ଖବର ଅନୁଯାୟୀ, ଟୁଇଟରର ଏକ ଭିତିରି ବାର୍ତ୍ତାରେ କୁହାଯାଇଛି କି କମ୍ପାନୀର ଲକ୍ଷ୍ୟ ସର୍ଭର ଓ କ୍ଲାଉଡ ସେବାରୁ ପ୍ରତିଦିନ ୧୫ ଲକ୍ଷ ଡଲାର ଓ ୩୦ ଲକ୍ଷ ଡଲାର ବଞ୍ଚାଇବାର ଅଛି । ଗୁପ୍ତ ତଥ୍ୟ ଅନୁଯାୟୀ, ଟୁଇଟରକୁ ଏବେ ପ୍ରାୟ ପ୍ରତିଦିନ ୩୦ ଲକ୍ଷ ଡଲାର କ୍ଷତି ହେଉଛି । ହେଲେ ଏହି ଯୋଜନାକୁ ନେଇ ଅଫିସିୟାଲି ସେମିତି କିଛି ଘୋଷଣା କରାଯାଇନାହିଁ ।

Share