ଏଲନ୍ ମସ୍କ ହେବେ ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ । ବିଶ୍ୱର ଅନ୍ୟତମ ସବୁଠୁ ଧନୀବ୍ୟକ୍ତି ତଥା ଟେସଲା ମାଲିକ ଏଲନ୍ ମସ୍କ ସୋସିଆଲ ମିଡିଆ କମ୍ପାନୀ ଟୁଇଟରକୁ କିଣିବା ନେଇ ଡିଲ୍ ଏକ ପ୍ରକାର ଫାଇନାଲ ହୋଇଛି । ୪୩ବିଲିୟନ୍ ଡଲାରରେ ଏହି ସୋସିଆଲ ମିଡିଆ ଜିଆଣ୍ଟକୁ କିଣିବା ନିମନ୍ତେ ଦେଇଥିବା ପ୍ରସ୍ତାବ ଉପରେ ଟୁଇଟର ଇଙ୍କ୍ ବୁଝାମଣା ଆରମ୍ଭ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି ।