Posted inଜାତୀୟ

ରାହୁଲ, ଯୋଗୀଙ୍କଠାରୁ ଶାହାରୁଖ, ସଲମାନଙ୍କ ଯାଏ ସମସ୍ତ ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍‌

ନୂଆଦିଲ୍ଲୀ,୨୧।୪: ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରର ସିଇଓ ଏଲନ ମସ୍କଙ୍କ ଘୋଷଣା ମୁତାବକ ଯାଞ୍ଚ ହୋଇଥିବା ଆକାଉଣ୍ଟରେ ଥିବା ବ୍ଲୁ ଟିକ୍‌ ମାର୍କକୁ ହଟାଇ ଦିଆଯାଇଛି। ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ, କ୍ରିକେଟର ବିରାଟ କୋହଲି, ଅଭିନେତା ଶାହରୁଖ ଖାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ବ୍ଲୁ ଟିକ୍‌ ମାର୍କକୁ ହଟାଇ ଦିଆଯାଇଛି।

ଟୁଇଟର ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ସେମାନଙ୍କର ପ୍ଲାଟଫର୍ମ କେବଳ ସେହି ଲୋକଙ୍କୁ ବ୍ଲୁ ଟିକ୍‌ ମାର୍କ ଦେବ ଯେଉଁମାନେ ବ୍ଲୁ ଟିକ୍‌ ପାଇଁ ଦେୟ ଦିଅନ୍ତି । କମ୍ପାନୀ ମାଲିକ ଏଲନ ମସ୍କ ଏହା କିଛି ମାସ ପୂର୍ବରୁ ଘୋଷଣା କରିଥିଲେ, ସେ କହିଥିଲେ ଯେ ଏପ୍ରିଲ ୨୦ପରେ, ସେହି ଆକାଉଣ୍ଟଗୁଡିକରୁ ବ୍ଲୁ ଟିକ ହଟାଯିବ ଯାହା ପେଡ ସବସ୍କ୍ରିପସନ ନେଇ ନାହିଁ। ସେ କହିଛନ୍ତି ଯେ ଯଦି ବ୍ଲୁ ଟିକ୍‌ ଆବଶ୍ୟକ ହୁଏ, ତେବେ ଏଥିପାଇଁ ମାସିକ ଚାର୍ଜ ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ମହାବିଜୟ ମୁହାଁ ମହାୟୁତି: ୨୦୦ ପାର୍‌ କଲା ମେଣ୍ଟ

ପୁଣେ,୨୩।୧୧: ମହାରାଷ୍ଟ୍ରରେ ପୁଣି ମହାୟୁତି ଦ୍‌ବଦବା ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତି ବହୁମତଠାରୁ ବହୁ ଆଗରେ ଚାଲିଛି। ଭାଜପା ନେତୃତ୍ୱାଧୀନ ମହାୟୁତି ୨୧୩ଟି ଆସନରେ,...

ମହାରାଷ୍ଟ୍ରରେ ମହାୟୁତିକୁ ବହୁମତ: ପଛରେ ପଡ଼ିଲା ଏମ୍‌ଭିଏ

ପୁଣେ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଗଣନା ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତିକୁ ବହୁମତ ମିଳିଛି। ଭାଜପା ନେତୃତ୍ୱାଧୀନ ମହାୟୁତି ୯୭ଟି ଆସନରେ, କଂଗ୍ରେସ...

ଝାଡ଼ଖଣ୍ଡରେ କଡ଼ା ଟକ୍କର: ଆଗ-ପଛ ହେଉଛନ୍ତି ଇଣ୍ଡିଆ-ଏନ୍‌ଡିଏ ମେଣ୍ଟ

ରାଞ୍ଚି,୨୩।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଭୋଟ ଗଣନା ଜାରି ରହିଛି। ପ୍ରାରମ୍ଭିକ ଟେଣ୍ଡରେ ଇଣ୍ଡିଆ ଏବଂ ଏନ୍‌ଡିଏ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।...

ଖେଳକୁ ବୁଝନ୍ତୁ ଲୋକେ:ରାହୁଲ

ନୂଆଦିଲ୍ଲୀ,୨୩ା୧୧:ସୌର ଶକ୍ତି ଠିକା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ଲାଞ୍ଚ ଦେବା ଓ ନିବେଶକଙ୍କୁ ଠକେଇ ଅଭିଯୋଗରେ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କୋର୍ଟରୁ ଗିରଫ...

Maharashtra Election Result Live: ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତି ଆଗରେ

ପୁଣେ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳୁ ମତଗଣନା ଚାଲିଛି। ସକାଳ ୮ଟାରୁ ଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ପୋଷ୍ଟାଲ ବାଲଟ ଗଣତିରେ ମହାୟୁତି...

ଆଦାନୀ ଲାଞ୍ଚ: ତଦନ୍ତ ଆରମ୍ଭ କରିନି ସେବି

ମୁମ୍ବାଇ,୨୩ା୧୧:୬୨ ବର୍ଷୀୟ ବିଲିୟନେୟାର ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ କମ୍ପାନୀର ଏକ୍‌ଜିକ୍ୟୁଟିଭ୍‌ମାନେ ନିଜର ଆଦାନୀ ଗ୍ରୁପ୍‌ ଅଧୀନ ଏକ ଅକ୍ଷୟ ଶକ୍ତି...

ପୂର୍ବ ମୁଖ୍ୟମନ୍ତ୍ରୀଙ୍କଠାରୁ ଆତିଶୀ ହଜାରେ ଗୁଣ ଭଲ: ଉପରାଜ୍ୟପାଳ

ନୂଆଦିଲ୍ଲୀ,୨୩ା୧୧: ଏକ ବିରଳ ଘଟଣାକ୍ରମରେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ଶୁକ୍ରବାର ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଆତିଶୀ ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କଠାରୁ...

ଦିଲ୍ଲୀ ପ୍ରଦୂଷଣ ଅସମ୍ଭାଳ

ନୂଆଦିଲ୍ଲୀ,୨୩ା୧୧: ବାୟୁ ଗୁଣବତ୍ତା ସୂଚକାଙ୍କ ସ୍ତର ନିମ୍ନଗାମୀ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ -ଏନ୍‌ସିଆର୍‌ରେ ଗ୍ରେଡେଡ୍‌ ରେସ୍ପନ୍ସ ଆକ୍ସନ ପ୍ଲାନ୍‌ (ଜିଆର୍‌ଏପି) ଚତୁର୍ଥ ପର୍ଯ୍ୟାୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri