ଡିଲିଟ୍ ହେଲା କଙ୍ଗନାଙ୍କ ଟୁଇଟ୍‌

ମୁମ୍ବାଇ: ପ୍ରାୟ ସମସ୍ତ ବିଷୟକୁ ନେଇ ନିଜର ଲାଗାମ ନ ଥିବା ରାୟ ଦେଉଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ କିଛି ଟୁଇଟ୍ସକୁ ଟୁଇଟର ତା’ର ପ୍ଲାଟଫର୍ମରୁ ଡିଲିଟ କରିଥିବା ଜଣାପଡିଛି । ଏହାକୁ ନେଇ ଟୁଇଟର କହିଛି କଙ୍ଗନା ତାଙ୍କ ଟୁଇଟ୍ସରେ ଅପମାନଜନକ ଶବ୍ଦକୁ ନେଇ ଥିବା ନିୟମର ଉଲ୍ଲଂଘନ କରିଛନ୍ତି । ଅଭିନେତ୍ରୀଙ୍କ ଦୁଇଟି ଟୁଇଟ୍‌କୁ ଗତ ୨ ଘଣ୍ଟା ମଧ୍ୟରେ ହଟାଇ ଦିଆଯାଇଛି । ଠିକ୍ ଯେତେବେଳେ କଙ୍ଗନା ହଲିଉଡ୍ ପପ ଷ୍ଟାର ରିହାନାଙ୍କ ଟୁଇଟର ଜବାବ ଦେଇ ଯେତେବେଳେ ତାଙ୍କ ଉପରେ ବର୍ଷିଛନ୍ତି ଠିକ୍ ସେତିକି ବେଳେ ଟୁଇଟର କଙ୍ଗନାଙ୍କ ଟୁଇଟକୁ ଡିଲିଟ୍ କରିଛି । ଟୁଇଟର କହିଛି ଆମେ କଙ୍ଗନାଙ୍କ ସେହିପରି ଟୁଇଟକୁ ଡିଲିଟ୍ କରିଛୁ ଯାହା ଆମ ନିୟମ ବିରୋଧରେ ଯାଉଛି । ସୂଚନାଯୋଗ୍ୟ, ମଙ୍ଗଳବାର କଙ୍ଗନା ଆନ୍ଦୋଳନକାରୀ କୃଷକଙ୍କୁ ଆତଙ୍କବାଦୀ କହିଥିଲେ ଓ ଭାରତକୁ ବିଭାଜନ କରିବାକୁ ପ୍ରୟାସ କରାଯାଉଥିବା କଥା ଉଠାଇଥିଲେ । ସେ ରିହାନଙ୍କୁ ମୁର୍ଖ ବୋଲି ମଧ୍ୟ କହିଥିଲେ । ଏହାକୁ ନେଇ ଜଣେ ୟୁଜର ତାଙ୍କ ପୁରୁଣା ଟୁଇଟ୍ ଦେଖାଇଥିଲେ ଯେଉଁଥିରେ ସେ ରିହାନଙ୍କ ଗୀତର ପ୍ରଶଂସା କରିଥିଲେ । ଏହା ପୂର୍ବରୁ ମଧ୍ୟ ଶିରୋମଣି ଅକାଳି ଦଳର ପୂର୍ବତନ ନେତା ମଞ୍ଜିତ ସିଂ କହିଥିଲେ କଙ୍ଗନା କୃଷକମାନଙ୍କ ପ୍ରତି ଯେଉଁଭଳି ଅପମାନଜନକ ଶବ୍ଦ ବ୍ୟବହାର କରିଛନ୍ତି ତୁରନ୍ତ ତାଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କରାଯାଉ ।

Share