ଟୁଇଟର ଲୋଗୋରୁ ହଟିଯିବ ଚଢେଇ!

ଓ୍ବାଶିଂଟନ,୨୩।୭: ଟୁଇଟରର ମାଲିକ ଏଲନ ମସ୍କ ଖୁବଶୀଘ୍ର ଟୁଇଟର ଲୋଗୋ ଅର୍ଥାତ୍‌ ଚଢେଇର ଲୋଗୋକୁ ହଟାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟୁଇଟ କରି ସେ ଏହି ପରିବର୍ତ୍ତନର ସଙ୍କେତ ଦେଇଛନ୍ତି। ମସ୍କ ଲେଖିଛନ୍ତି ଯେ ଶୀଘ୍ର ଆମେ ଟୁଇଟର ବ୍ରାଣ୍ଡ ଏବଂ ଧୀରେ ଧୀରେ ସମସ୍ତ ପକ୍ଷୀଙ୍କୁ ବିଦାୟ ଦେବୁ। ସୂଚନାଯୋଗ୍ୟ, ଟୁଇଟର କିଣିବା ପରେ ମସ୍କ ଗୋଟିଏ ପରେ ଗୋଟିଏ ନୂଆ ପରିବର୍ତ୍ତନ କରୁଛନ୍ତି। ନିକଟରେ ମସ୍କ କହିଛନ୍ତି ଯେ ଟୁଇଟରରେ ସିଧାସଳଖ ମେସେଜିଂ (ଡିଏମ) ପାଇଁ ଟଙ୍କା ମଧ୍ୟ ଦେବାକୁ ପଡିବ।
ତାଙ୍କର ଶେଷ ଟୁଇଟରେ ମସ୍କ ଟୁଇଟର ଲୋଗୋର ପରିବର୍ତ୍ତନ ବିଷୟରେ ସୂଚନା ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି, ଶୀଘ୍ର ଆମେ ଟୁଇଟର ବ୍ରାଣ୍ଡ ଏବଂ ଧୀରେ ଧୀରେ ସମସ୍ତ ପକ୍ଷୀଙ୍କୁ ବିଦାୟ ଦେବୁ। ସେ ଅନ୍ୟ ଏକ ଟୁଇଟରେ କହିଛନ୍ତି ଯେ ଯଦି ଆଜି ରାତିରେ ଏକ ଭଳ ଏକ୍ସ ଲୋଗୋ ପୋଷ୍ଟ କରାଯାଏ, ତେବେ ଆସନ୍ତାକାଲି ଏହାକୁ ବିଶ୍ୱରେ ଲାଇଭ କରିବୁ। ମସ୍କର ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ମସ୍କ ନିକଟରେ ତାଙ୍କର ନୂତନ ଆର୍ଟିଫିସିଆଲ କମ୍ପାନୀ xAI ଲଞ୍ଚ କରଛନ୍ତି। ଏହି କମ୍ପାନୀ ବିଷୟରେ ମସ୍କ ଦାବି କରିଛନ୍ତି ଯେ ଏହା ବିଶ୍ୱକୁ ବୁଝିବ।

Share