ଏଲନ ମସ୍କଙ୍କ ଆଉ ଏକ ତମାସା

ୱାଶିଂଟନ,୧୦ ।୧୧: ଟୁଇଟରର ନୂଆ ମାଲିକ ଏଲନ ମସ୍କ ଏହି ପ୍ଲାଟଫର୍ମକୁ ନେଇ ଅନେକ ପରୀକ୍ଷଣ କରିବାରେ ଲାଗି ପଡିଛନ୍ତି । ସେଥିପାଇଁ ଟୁଇଟର ଓ ଏଲନ ମସ୍କଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ନିକଟରେ ମସ୍କ ଏମିତି ଏକ ପରୀକ୍ଷଣ କରିଥିଲେ ଓ ଏହାପରେ ମସ୍କ ଏହାର ଯାହା ଉତ୍ତର ରଖିଥିଲେ ତାହା ଏକ ତମାସାରେ ପରିଣତ ହୋଇଯାଇଛି । ସୂଚନାଯୋଗ୍ୟ, ବୁଧବାର ଅର୍ଥାତ୍ ନଭେମ୍ବର ୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରାଜନୀତି ତଥା କ୍ରୀଡା ଜଗତର ବ୍ୟକ୍ତିତ୍ୱଙ୍କ ଟୁଇଟର ପ୍ରୋଫାଇଲରେ ଟିକ୍ ସହ ଏକ ଟୁଇଟର ଅଫିସିୟାଲ ଲେବଲ ଯୋଡା ଯାଇଥିଲା । କିନ୍ତୁ ମାତ୍ର କିଛି ସମୟ ମଧ୍ୟରେ ଏହାକୁ ଫେରାଇ ନିଆଯାଇଥିଲା ।
ଏହାକୁ ନେଇ କେହି କିଛି ବୁଝିବା ପୂର୍ବରୁ ମସ୍କଙ୍କର ଏକ ଚମକାଇବା ଭଳି ଉତ୍ତର ମିଳିଲା । ସେ ଜଣେ ୟୁଜରଙ୍କ ପୋଷ୍ଟରେ ରିପ୍ଲାଇ ଦେଇ କହିଲେ ଯେ, ଦୟାକରି ଧ୍ୟାନ ଦିଅନ୍ତୁ ଟୁଇଟର ଆଗାମୀ ଦିନରେ ଅନେକ ଗୁଡିଏ ମୁର୍ଖତାପୂର୍ଣ୍ଣ କାର୍ଯ୍ୟ କରିବ । ଆମେ ତାହାକୁ ରଖିବୁ ଯିଏ କାମ କରୁଛି ଆଉ ଯିଏ କାମ କରୁନାହିଁ ତାକୁ ବଦଳାଇ ଦେଉଛୁ ।

Share