Advertisement

ଟୁଇଟ୍‌ କରିପାରିବେନି ଟ୍ରମ୍ପ!

ଓ୍ବାଶିଂଟନ,୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ସୂଚନା ମିଳିଛି। ତେବେ କରୋନା ଭାଇରସ ସଂକ୍ରମଣକୁ ନେଇ ଟ୍ରମ୍ପକୁ ଟୁଇଟର ଆକାଉଣ୍ଟରେ ଭୁଲ୍‌ ତଥ୍ୟ ଦିଆଯାଇଥିବାରୁ ଏମିତି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଟୁଇଟରର ଜଣେ ପ୍ରବକ୍ତା କହିଛନ୍ତି ରାଷ୍ଟ୍ରପତିଙଙ୍କ ଟୁଇଟର ଆକାଉଣ୍ଟରୁ କରୋନା ମହାମାରୀକୁ ନେଇ ଯେଉଁ ଟୁଇଟ୍‌ କରାଯାଇଥିଲା ତାହା କମ୍ପାନୀର ଗାଇଡ୍‌ ଲାଇନ୍‌ ବାହାରେ ଥିଲା। ତେଣୁ ଟୁଇଟର ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଥିବା କହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share