Categories: ଜାତୀୟ

କପିପେଷ୍ଟ ଟୁଇଟ୍‌ ଉପରେ ଲାଗିବ ଲଗାମ!

ନୂଆଦିଲ୍ଲୀ,୨୯।୮: ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ ଟୁଇଟର ଏବେ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛି। ଏହା ଫଳରେ ଦଳ ଓ ବିଭିନ୍ନ ସଂସ୍ଥା ପାଇଁ କାମ କରୁଥିବା ଆଇଟି ସେଲ୍‌ ଅସୁବିଧାରେ ପଡିପାରନ୍ତି। ତେବେ ଯେଉଁ ଟୁଇଟ୍‌ କପି ପେଷ୍ଟ କରାଯିବ ବା ଗୋଟିଏ ଟୁଇଟ୍‌କୁ ବହୁଲୋକ ଟୁଇଟ୍‌ କରୁଥିବେ ଏପରି ଟୁଇଟ୍‌ ୟୁଜର୍ସଙ୍କ ଟାଇମ ଲାଇନରୁ ହାଇଡ୍‌ କରିଦିଆଯିବ। ଟୁଇଟର ଦ୍ୱାରା ଟୁଇଟ୍‌ କରାଯାଇ ଏହି ସୂଚନା ଦିଆଯାଇଛି। ଏହାର କାରଣ ଦର୍ଶାଇ ଟୁଇଟର କହିଛି ଗତ କିଛି ବର୍ଷ ହେବ ଏହି ପ୍ଲାଟଫର୍ମରେ କପିପେଷ୍ଟ ଟୁଇଟ୍‌ର ପରିମାଣ ବଢିବାରେ ଲାଗିଛି। ଏହା ବ୍ୟତୀତ ଗୋଟିଏ ଟୁଇଟ୍‌କୁ ଅଧିକାଂଶ ଲୋକେ କପିପେଷ୍ଟ କରୁଛନ୍ତି। ତେଣୁ ଏଭଳି ଟୁଇଟ୍‌ର ଭିଜିବଲିଟିକୁ କମ୍‌ କରିବାକୁ ଚିନ୍ତା କରାଯାଇଛି। ଏହାକୁ ନେଇ ମୋବାଇଲ ଆପରେ ଏକ ଫିଚର ମଧ୍ୟ ଜାରି କରାଯାଇଛି। ଯେଉଁଥିରେ ଜଣେ ୟୁଜର୍ସ ତାଙ୍କ ଟୁଇଟ୍‌କୁ କପି କରିବାକୁ ବନ୍ଦ କରିପାରିବେ।

Share