‘ଯେତେବେଳେ ମୋର ମୃତ୍ୟୁ ହେବ ମୋ କବର ଉପରେ କେହି କୋରାନ ପାଠ କରିବେ ନାହିଁ’, ଇରାନ ଯୁବକଙ୍କ ଶେଷ ଇଚ୍ଛା

ତେହେରାନ,୧୬ ।୧୨: ଇସଲାମ ଧର୍ମର ରିତି ଅନୁଯାୟୀ, ଯଦି କାହାର ମୃତ୍ୟୁ ହୁଏ ତେବେ ତାଙ୍କର କବର ନିକଟରେ ଶେଷଥର ଲାଗି ନମାଜ ପାଠ କରାଯାଏ । ହେଲେ ଇରାନରେ ସରକାର ବିରୋଧି ପ୍ରଦର୍ଶନରେ ଭାଗ ନେଇଥିବା ୨୩ ବର୍ଷିୟ ମାଂଜିଦ୍ରେଜା ରହନାୱର୍ଡଙ୍କର ଶେଷ ଇଚ୍ଛା ଥିଲା କି ଯେତେବେଳେ ତାଙ୍କର ମୃତ୍ୟୁ ହେବ ସେତେବେଳେ ତାଙ୍କ କବର ନିକଟରେ କେହି ନମାଜ ପାଠ କରିବେ ନାହିଁ ।
ସୂଚନାଯୋଗ୍ୟ, ଇରାନରେ ସରକାର ବିରୋଧି ପ୍ରଦର୍ଶନ ଜାରି ରହିଛି । ୨୩ ବର୍ଷିୟ ମାଂଜିଦ୍ରେଜା ରହନାୱର୍ଡ ବି ଏହି ପଦର୍ଶନରେ ଜଣେ ଆଗଧାଡିର ପ୍ରଦର୍ଶନକାରୀ ଥିଲେ । ହେଲେ ସୋମବାର ତାଙ୍କୁ ଇରାନ ସରକାର ଫାଶୀ ଦେଇଛନ୍ତି । ଯୁବା ମାଂଜିଦ୍ରେଜା ରହନାୱର୍ଡଙ୍କୁ ଯେତେବେଳେ ତାଙ୍କର ଶେଷ ଇଚ୍ଛା ପଚରା ଯାଇଥିଲା ସେତେବେଳେ ସେ କହିଥିଲେ , ଯେତେବେଳେ ମୋର ମୃତ୍ୟୁ ହେବ ସେତେବେଳେ ମୋ କବର ନିକଟରେ କେହି କୋରାନ ପାଠ କରିବେ ନାହିଁ, କେହି କୌଣସି ପ୍ରକାର ପ୍ରାର୍ଥନା ବି କରିବେ ନାହିଁ । ମ୍ୟୁଜିକ ମାଧ୍ୟମରେ ସେଲିବ୍ରେଟ କରିବେ । ସୋମବାର ମାଂଜିଦ୍ରେଜା ରହନାୱର୍ଡଙ୍କୁ ମଶାଦ ସହରରେ ଫାଶୀ ଦିଆଯାଇଥିଲା । ତାଙ୍କ ଶେଷ ଇଚ୍ଛା ସମ୍ପର୍କରେ ସେନା ପଚାରିଥିଲା ।
ମାଂଜିଦ୍ରେଜା ରହନାୱର୍ଡଙ୍କ ସହ ଜଡିତ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ତାଙ୍କ ଶେଷ ଇଚ୍ଛା ସମ୍ପର୍କରେ କହୁଛନ୍ତି । ବେଲଜିୟମର ମହିଳା ସାଂସଦ ଓ ମହିଳା ଅଧିକାରୀଙ୍କ ପାଇଁ କାମ କରୁଥିବା ଦରୟା ସଫାଇ ଏହି ଭିଡିଓକୁ ସୋସିଆଲ ନେଟୱର୍କ ସାଇଟ ଟୁଇଟରରେ ଶେୟାର କରିଛନ୍ତି । ଭିଡିଓରେ ଯୁବକଙ୍କ ଆଖିରେ କଳା ପଟି ବନ୍ଧା ହୋଇଛି ଓ ସେନାଙ୍କୁ ଭୟ ନ କରି ତାଙ୍କର ଶେଷ ଇଚ୍ଛା ପ୍ରକାଶ କରୁଛନ୍ତି ।

Share