ଟୁଇଟରର ଏଡିଟ୍‌ ବଟନ ଫିଚର, ମାସକୁ ଦେବାକୁ ହେବ ୪.୯୯ ଡଲାର…

ଓ୍ବାଶିଂଟନ, ୨୨।୯ : ଟୁଇଟର ପକ୍ଷରୁ ବ୍ଲୁ ଟିକ ଗ୍ରାହକମାନଙ୍କ ପାଇଁ ଟୁଇଟ୍‌ ଏଡିଟ କରିବା ଫିଚର ଆରମ୍ଭ କରିଛି । ସେପ୍ଟେମ୍ବର ଆରମ୍ଭରେ ଟୁଇଟର ଏଡିଟ ବଟନ ଦେବାକୁ ଘୋଷଣା କରିଥିଲା। ଏବେ ଏହା ୟୁଜରଙ୍କ ପାଇଁ ଉପଲବ୍ଧ ହୋଇଛି। ଏହି ଫିଚର ଉପରେ ପରୀକ୍ଷା ନିରୀକ୍ଷା ମଧ୍ୟ ଜାରି ରହିଛି। ଟୁଇଟର୍‌ ଏହାର ସମସ୍ତ ବ୍ଲୁଟିକ ବ୍ୟବହାରକାରୀଙ୍କ ପାଇଁ ଏକ ଦେୟଯୁକ୍ତ ସେବା ଭାବରେ ଏଡିଟ ବଟନ ଘୋଷଣା କରିଛି।

ଟୁଇଟରର ଏକ ବ୍ଲଗ ପୋଷ୍ଟ ଅନୁଯାୟୀ, ଟୁଇଟର ବ୍ଲୁ ଟିକ ୟୁଜରମାନେ ପ୍ରତି ମାସରେ ଏଡିଟ ବଟନ ଫିଚର ପାଇଁ ୪.୯୯ ଡଲାର ଦେବେ। ଏହି ଫିଚର ଅନୁଯାୟୀ, ବ୍ଲୁଟିକ ୩୦ ମିନିଟ ମଧ୍ୟରେ ଏକାଧିକ ଥର ଟୁଇଟ ଏଡିଟ କରିବାକୁ ସମର୍ଥ ହେବ। ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ଧରି ଟୁଇଟ ପ୍ରକାଶ କରିବା ପରେ ଟାଇପ ତ୍ରୁଟି ସୁଧାରିବା ପାଇଁ ସମସ୍ତ ଟୁଇଟର ୟୁଜର ଏଡିଟ ବଟନ ମାଗିଥିଲେ, କିନ୍ତୁ ଟୁଇଟର କେବଳ ଏହାର ବ୍ଲୁଟିକ ଗ୍ରାହକମାନଙ୍କ ପାଇଁ ଏହି ଫିଚର ଉପଲବ୍ଧ କରାଇଛି। ସୂଚନାଯୋଗ୍ୟ ଯେ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଯେପରିକି ଫେସବୁକ, ରେଡ୍ଡିଟ ଏବଂ ପିନରେଷ୍ଟ ପୂର୍ବରୁ ଏଡିଟିଂ ସୁବିଧା ଯୋଗାଇ ସାରିଛନ୍ତି।

Share