ଟୁଇଟରର ନୂଆ ଲୋଗୋ : ନୀଳ ପକ୍ଷୀ ବଦଳରେ ଇଂରାଜୀ ଅକ୍ଷର ‘ଏକ୍ସ’ …

ଓ୍ବାଶିଂଟନ,୨୪।୭ : ନୀଳ ପକ୍ଷୀ ବଦଳରେ ଇଂରାଜୀ ‘ଏକ୍ସ’ ଟୁଇଟରର ନୂଆ ଲୋଗୋ ହେବ ବୋଲି ଏଲୋନ ମସ୍କ ସୂଚନା ଦେଇଛନ୍ତି। ଗତ ବର୍ଷ ଟୁଇଟରର ଦାୟିତ୍ୱ ଗ୍ରହଣ କରିବା ପରେ ଏଲନ ମସ୍କ କମ୍ପାନୀରେ ଅନେକ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏହାର ସ୍ବତନ୍ତ୍ର ନୀଳ ପକ୍ଷୀ ଲୋଗୋ ଶୀଘ୍ର ଇତିହାସ ହେବ। କମ୍ପାନୀରେ ଏକ ନୂତନ ପରିବର୍ତ୍ତନ ଭାବରେ, ଟୁଇଟର ଡଟ କମ ଏକ୍ସ ଡଟ କମ୍‌ (X.com )ହେବ। ମସ୍କ ତାଙ୍କର ଏକ ଟୁଇଟରେ ଏହା କହିଛନ୍ତି ।

ସେ ଟୁଇଟ କରିଛନ୍ତି ଖୁବ ଶୀଘ୍ର ଟୁଇଟରର ଲୋଗୋ ପରିବର୍ତ୍ତନ ହେବ। ସେ ଏକ ଏକ୍ସର ଚିତ୍ର ମଧ୍ୟ ପୋଷ୍ଟ କରିଛନ୍ତି ଯାହାର ଅର୍ଥ ହେଉଛି “ଏକ୍ସ” ଅକ୍ଷର ଟୁଇଟରର ଲୋଗୋ ଭାବେ ବଦଳିବ। ଅନ୍ୟ ଏକ ଟୁଇଟରେ ସେ କହିଛନ୍ତି ଖୁବ ଶୀଘ୍ର ଆମେ ଟୁଇଟର ବ୍ରାଣ୍ଡ ଏବଂ ଧୀରେ ଧୀରେ ସମସ୍ତ ପକ୍ଷୀଙ୍କୁ ବିଦାୟ ଦେବୁ।

ସେ ଅନ୍ୟ ଏକ ଟୁଇଟରେ କହିଛନ୍ତି ଯଦି ଏକ ଭଲ “ଏକ୍ସ” ଲୋଗୋ ପୋଷ୍ଟ କରାଯାଏ, ତେବେ ଆମେ ଏହାକୁ ସାରା ବିଶ୍ୱରେ ଲାଇଭ କରିବୁ। ଉଲ୍ଲେଖନୀୟ ବିଷୟ ହେଉଛି, ସ୍ପେସ ଏକ୍ସ ସମେତ ମସ୍କଙ୍କର ଅନେକ କମ୍ପାନୀ ସେମାନଙ୍କ ନାମରେ ଏକ୍ସ ଅକ୍ଷର ରଖିଛନ୍ତି। ମସ୍କ ଟୁଇଟର କିଣିବା ପରଠାରୁ ବ୍ଲୁ ଟିକ ସବସ୍କ୍ରିପଶନ ସହିତ ଅନେକ ପରିବର୍ତ୍ତନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ହେଜବୋଲ୍ଲାର କାଉଣ୍ଟର୍‌ ଆଟାକ୍‌, ୭ ମିନିଟ୍‌ରେ ଛାଡ଼ିଲା ୬୦ କ୍ଷେପଣାସ୍ତ୍ର

ଜେରୁଜେଲମ,୧୯।୧୦: ହେଜବୋଲ୍ଲା ମୁଖ୍ୟ ହସନ ନାସରାଲ୍ଲା ଏବଂ ହମାସ ମୁଖ୍ୟ ସିନଓ୍ବାରଙ୍କ ହତ୍ୟା ପରେ ମଧ୍ୟ ଇସ୍ରାଏଲର ଚିନ୍ତା କମ୍‌ ହେବା ଦେଖାଯାଉନାହିଁ। କାରଣ ହେଜବୋଲ୍ଲା...

ହେଜବୋଲ୍ଲାର ଡ୍ରୋନ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ନେତାନ୍ୟାହୁ!

ଜେରୁଜେଲମ,୧୯।୧୦: ଶନିବାର ଅକ୍ଟୋବର ୧୯, ୨୦୨୪ରେ ଲେବାନନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା। ଇସ୍ରାଏଲ ଖବରକାଗଜ ହାରେଟଜର ରିପୋର୍ଟ ଅନୁଯାୟୀ ଲେବାନନରୁ ଡ୍ରୋନ ଆକ୍ରମଣ କରାଯାଇଥିଲା।...

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ...

ଭାରତକୁ ଚେତାବନୀ ଦେଲା ବାଂଲାଦେଶ: ଶେଖ୍‌ ହାସିନାଙ୍କୁ ନ ଛାଡ଼ିଲେ…

ଢାକା,୧୯।୧୦: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆଇନ ପରାମର୍ଶଦାତା ଆସିଫ ନାଜରୁଲ ଭାରତ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଚୁକ୍ତିରେ କୌଣସି ବ୍ୟବସ୍ଥା ଦର୍ଶାଇ...

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ନିଜ ଦେଶରେ ଅକ୍ରୋଶର ଶିକାର ହେଲେ ଟ୍ରୁଡୋ: ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ

ଓଟ୍ଟାଓ୍ବା,୧୯ା୧୦:କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅନ୍ୟାନ୍ୟ ବିବାଦରୁ ଧ୍ୟାନ ହଟାଇବା ପାଇଁ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାକୁ ବ୍ୟବହାର କରୁଥିବା ସେଠାର...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri