ଟୁଇଟର୍‌ର ନୂଆ ନାମ ‘ଏକ୍ସ’: ପ୍ରୋଫାଇଲ ଫଟୋ ବଦଳାଇଲେ ଏଲନ ମସ୍କ

କାଲିଫର୍ନିଆ,୨୪।୭: ଟୁଇଟର୍‌ର ମାଲିକ ଏଲନ ମସ୍କ ସୋମବାର ଟୁଇଟର୍‌ର ନାମ ଏବଂ ଲୋଗୋ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ କମ୍ପାନୀ ‘ଏକ୍ସ’ ଭାବରେ ଜଣାଶୁଣା ହେବ। ଟୁଇଟର୍‌ର ଡୋମେନ୍‌ ଏଣିକି ଟୁଇଟର୍‌.କମ ରୁ ଏକ୍ସ.କମ୍‌ ହୋଇଛି। ଫଳରେ ଏକ୍ସ.କମ୍‌ ମାଧ୍ୟମରେ ୟୁଜର୍ସ ଟୁଇଟରରେ ପ୍ରବେଶ କରିବାକୁ ସମର୍ଥ ହେବେ। ମସ୍କ ନୂତନ ଲୋଗୋ ସହିତ ମୁଖ୍ୟାଳୟର ଫଟୋ ‘ଏକ୍ସ’ ଶେୟାର କରିଛନ୍ତି। ଟୁଇଟର୍‌ ମୁଖ୍ୟାଳୟ ଉପରେ ‘ଏକ୍ସ’ ଲେଖାଯାଇଛି ଏବଂ ଏହାକୁ ଆଲୋକରେ ସଜାଯାଇଛି। ଏହି ଫଟୋକୁ କମ୍ପାନୀର ସିଇଓ ଲିଣ୍ଡା ୟାକାରିନୋ ମଧ୍ୟ ପୋଷ୍ଟ କରିଛନ୍ତି। ଆଜି ସକାଳେ ମସ୍କ ତାଙ୍କର ପ୍ରୋଫାଇଲ ଫଟୋ ବଦଳାଇ ‘ଏକ୍ସ’ ଦେଇଥିଲେ।
ସୂଚନାଯୋଗ୍ୟ,ଗତ ବର୍ଷ ମସ୍କ ୪୪ ବିଲିୟନ ଡଲାରରେ ଟୁଇଟର୍‌ କିଣିଥିଲେ। ମସ୍କ ଏହାକୁ କିଣିବା ପରଠାରୁ ଏଥିରେ ଅନେକ ପରିବର୍ତ୍ତନ ଆଣିଛନ୍ତି।

Share