Categories: ବାଣିଜ୍ୟ

ଫେବୃୟାରୀ ପହିଲାରୁ ବଦଳୁଛି ଟୁଇଟର ନିୟମ

ନୂଆଦିଲ୍ଲୀ,୨୯।୧: ଏଲନ ମସ୍କଙ୍କ ଏଣ୍ଟ୍ରି ପରେ ଟୁଇଟରରେ ପ୍ରତ୍ୟେହ ଟୁଇଟରରେ କିଛି ନା କିଛି ନୂଆ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏବେ କମ୍ପାନୀ ଏହାର ଆକାଉଣ୍ଟ ସସ୍‌ପେଣ୍ଡ ପଲିସି ବଦଳାଇଛି। ଫେବୃୟାରୀ ପହଲାରୁ ଏହି ନୂଆ ପରିବର୍ତ୍ତନ ଲାଗୁ ହେବାକୁ ଥିବା ବେଳେ ଶୁକ୍ରବାର ଏନେଇ ସୂଚନା ଦିଆଯାଇଛି।

ନୂଆ ପରିବର୍ତ୍ତନ ଅନୁଯାୟୀ, ଉପଭୋକ୍ତାମାନେ ସେମାନଙ୍କ ଆକାଉଣ୍ଟ ସସ୍‌ପେନସନକୁ ନେଇ ଅପିଲ କରିପାରିବେ। ପ୍ଲାଟଫର୍ମ ନୀତିର ବାରମ୍ବାର ଉଲ୍ଲଂଘନ ପାଇଁ ଯେକୌଣସି ଆକାଉଣ୍ଟକୁ ସସ୍‌ପେଣ୍ଡ କରାଯାଇପାରିବ। ଆକାଉଣ୍ଟକୁ ରିଷ୍ଟୋର କରିବାକୁ ଏହାକୁ ନୂତନ ମାନଦଣ୍ଡ ଅଧିନରେ ସମୀକ୍ଷା କରାଯିବ।

Share