Advertisement

ଖୋଲିବ ଗୁମର; ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ

ପୁରୀ ଅଫିସ,୨୫।୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରିମାଣ୍ଡରେ ଯାଇଛନ୍ତି। ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀ ଏବଂ ଅଶୋକ ଉପାଧ୍ୟାୟଙ୍କୁ କ୍ରାଇମ୍‌ବ୍ରାଞ୍ଚ ୨ ଦିନିଆ ରିମାଣ୍ଡରେ ନେଇଛି।

ପ୍ରକାଶ ଯେ, ଶୁକ୍ରବାର କ୍ରାଇମ୍‌ବ୍ରାଞ୍ଚ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜଗନ୍ନାଥ ଏବଂ ଅଶୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନଙ୍କ ଜାମିନ ଆବେଦନ ଖାରଜ ପରେ ଉଭୟଙ୍କୁ ବିଚାରବିଭାଗୀୟ ହାଜତଙ୍କୁ ପଠାଇ ଦିଆଯାଇଥିଲା। ତେବେ ଅଭିଯୁକ୍ତଦ୍ୱୟଙ୍କୁ ପଚରାଉଚରା ଲାଗି ୭ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯାଇଥିଲା। ହେଲେ ଉଭୟଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share