ଘରେ ପଶି ଦେଇଥିଲେ ହତ୍ୟା ଧମକ: ପଡ଼ିଲା ମହଙ୍ଗା

ଆସିକା,୨୪ା୧୧(ସୁରେନ୍ଦ୍ର ନାଥ ସାହୁ): ଆସିକା ଏନଏସିର ଗଣ୍ଡପୋଲି ଗ୍ରାମରେ ଶନିବାର ରାତିରେ ତାଲା ଭାଙ୍ଗି କୋଠ ଘରେ ପଶିବା ଓ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିଛି l ସେମାନେ ହେଲେ ଗଣ୍ଡପୋଲି ଗ୍ରାମର ଗୌତମ ଦାସ ଓ ଦାସ ରବି । ଆସିକା ଥାନାରେ ନଂ.୭୬୩/୨୪ ରେ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ କହିଛନ୍ତି।

ଶନିବାର ରାତି ପ୍ରାୟ ୧୦ଟାରେ ଅଭିଯୁକ୍ତଦ୍ୱୟ ଚୋରି ଉଦ୍ଦେଶ୍ୟରେ କୋଠ ଘର ତାଲା ଭାଙ୍ଗି ପଶିଥିଲେ l ଗ୍ରାମବାସୀ ସେମାନଙ୍କୁ କାବୁ କରି ନେଇଥିଲେ l ତାଙ୍କ ବିରୋଧରେ ଗଲେ ହତ୍ୟା କରିବେ ବୋଲି ସେମାନେ ଗ୍ରାମବାସୀଙ୍କୁ ଧମକ ଦେଇଥିବା ଗଣ୍ଡପୋଲର ଅଜୟ ଦାସ ଥାନାରେ ଅଭିଯୋଗ କରିଛନ୍ତି l

Share