Categories: ଜାତୀୟ

ଦୁର୍ଲଭ ପ୍ରଜାତିର ୬,୮୫୦ଜୀବନ୍ତ କଇଁଛ ଜବତ,୨ଗିରଫ

ଚେନ୍ନାଇ,୨୪।୬:ତାମିଲନାଡୁର ତିରୁଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଲଭ ପ୍ରଜାତିର କଇଁଛ ନେଇଯାଉଥିବାବେଳେ ଦୁଇ ଜଣଙ୍କୁ ଗିରଫ କରି ପୋଲିସ। କଷ୍ଟମ ଏୟାର ଇଣ୍ଟେଲିଜେନ୍ସ ୟୁନିଟର ଅଧିକାରୀମାନେ ୬,୮୫୦ ଜୀବନ୍ତ ରେଡ୍‌ ଇୟର ସ୍ଲାଇଡର୍‌ ନାମକ ପ୍ରଜାତିର କଇଁଛକୁ ଅଭିଯୁକ୍ତଙ୍କ ଠାରୁ ଜବତ କରିଛନ୍ତି।

ସୂଚନା ଅନୁଯାୟୀ, ସୂତ୍ରରୁ ଖବର ପାଇ ତିରୁଚିର ଏଆଇୟୁ ଅଧିକାରୀମାନେ ବିମାନବନ୍ଦରର ପ୍ରସ୍ଥାନ ଫାଟକରେ ଦୁଇଜଣ ଯାତ୍ରୀଙ୍କୁ ଅଟକାଇଥିଲେ। ସେମାନଙ୍କର ଚେକ ଇନ ବ୍ୟାଗେଜ ଯାଞ୍ଚ କରିବା ପରେ ଅଧିକାରୀମାନେ ପ୍ରତ୍ୟେକ ଯାତ୍ରୀଙ୍କ ବ୍ୟାଗ ଭିତରେ ଛୋଟ ବାକ୍ସ ପାଇଥିଲେ। ସେଥିରୁ ଏହି ଦୁର୍ଲଭ କଇଁଛକୁ ଲୁଚାଇ ଏୟାରପୋର୍ଟରୁ ନିଆଯାଉଥିଲା ବୋଲି ଅଧିକାରୀ କହିଛନ୍ତି।

କଇଁଛ ସହ ଜଣେ ଯାତ୍ରୀଙ୍କ ଠାରୁ ୫୭,୪୪୧ ଟଙ୍କାର ବିଦେଶୀ ମୁଦ୍ରା ଜବତ କରାଯାଇଛି ବୋଲି ଅଧିକାରୀ କହିଛନ୍ତି। ଦୁଇଜଣଙ୍କ ବିରୋଧରେ କଷ୍ଟମ୍ସ ଆକ୍ଟ, ୧୯୬୨ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

Share