Categories: ଜାତୀୟ

ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ଘଟଣାରେ ୨ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ,୨୧।୨: କର୍ନାଟକର ଶିବମୋଗାରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ହର୍ଷଙ୍କ ହତ୍ୟା ମାମଲାରେ ସୋମବାର ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ସେମାନଙ୍କୁ ପଚରାଉଚରା କରାଯାଉଛି ବୋଲି ପୋଲିସ ସୂଚନା ଦେଇଛି। ଅନ୍ୟପକ୍ଷରେ, ଘଟଣା ପରେ ରାଜ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଏହି ସମୟରେ ଶିବାମୋଗାରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତେବେ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ସମଗ୍ର ଅଞ୍ଚଳରେ ପୋଲିସର ଛାଉଣୀ ହେବା ସହ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ୨ ଦିନ ଯାଏ ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share