ଗାବୋରନ୍, ୨୨ା୪: ବିଶ୍ୱର ଅନ୍ୟତମ ବିଶାଳକାୟ ତଥା ବୋଟ୍ସଓ୍ବାନାର ବୃହତ୍ତମ ହାତୀକୁ ଗୁଳି କରି ଏହାର ମୃତଦେହ ନିକଟରେ ଦୁଇ ଅଭିଯୁକ୍ତ ସେଲ୍ଫି ନେଇଛନ୍ତି। ହାତୀର ୮ ଫୁଟ୍ ଲମ୍ବ ଦାନ୍ତ ନିକଟରେ ସେମାନେ ବସିଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବୋଟ୍ସଓ୍ବାନାର ପୂର୍ବତନ ରାଷ୍ଟ୍ରପତି ଇଆନ୍ ଖାମା ଏହି ଫଟୋକୁ ଫେସ୍ବୁକ୍ରେ ଶେୟାର କରି ଦେଶ ଏକ ଦୁର୍ଲଭ ଆକର୍ଷଣକୁ ହରାଇଲା ବୋଲି ଲେଖିଛନ୍ତି। ଶିକାର ଉପରେ ୨୦୧୪ରେ ଲାଗିଥିବା କଟକଣାକୁ ୩ ବର୍ଷ ପରେ ହଟାଯିବା ପଦକ୍ଷେପକୁ ସେ ସମାଲୋଚନା କରିଛନ୍ତି।