ଛେଳି ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ

ପାଟଣାଗଡ଼,୧ା୨(ସଚ୍ଚିଦାନନ୍ଦ ମହାକୁଡ଼): ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ଛେଳି ଚୋରି ଅଭିଯୋଗରେ ଛତିଶଗଡ଼ ରାଜ୍ୟ ଭିଲାଇରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହୃତ କରିଥିବା ସ୍କର୍ପିଓ ଗାଡ଼ିକୁ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ଦୁର୍ଗ ଜିଲା ଆଜାଦ ଛକ ମସ୍‌ଜିଦ ପାଖରେ ଥିବା ରୁଆବନ୍ଧା ଥାନା ଭିଲାଇନଗରର ରାଜା ଅହମ୍ମଦ (୨୫) ଓ ବଲାଙ୍ଗୀର ଜିଲା ତୁଷୁରା ଥାନା କନ୍ଦାବାହାଲି ଗାଁର ଆଶିଷ ନନ୍ଦ (୩୩) ବୋଲି ଜଣାପଡ଼ିଛି।

ସୂଚନାନୁସାରେ, ପାଟଣାଗଡ଼ ଥାନା ବାଞ୍ଜୀଝାଲ ଗାଁର ଶିରି ବରିହାଙ୍କ ଘର ସମ୍ନାରେ ଗତ ଜାନୁଆରୀ ୨୮ ତାରିଖ ୭ଟି ଛେଳି ବନ୍ଧା ହୋଇଥିଲା। ସେହିଦିନ ୨ଟା ସମୟରେ ୨ ଜଣ ଅଚିହ୍ନା ଯୁବକ ସ୍କର୍ପିଓ ଗାଡ଼ିରେ ଆସି କୌଶଳକ୍ରମେ ଛେଳିମାନଙ୍କୁ ନେଇ ପଳାଇଯାଇଥିଲେ। ଯାହାକୁ ନେଇ ଶିରି ଜାନୁଆରୀ ୨୮ରେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କେସ୍‌ ନଂ ୩୩ ଅଣ୍ଡରସେକ୍ସନ ୩୦୩ (୨) ବିଏନ୍‌ଏସ୍‌ରେ ମାମଲା ରୁଜୁ କରି ପାଟଣାଗଡ଼ ଏସ୍‌ଡିପିଓ ସଦାନନ୍ଦ ପୂଝାରୀଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରି ଛତିଶଗଡ଼ ଭିଲାଇରୁ ଦୁଇଜଣ ଅଭିଯୁକ୍ତ ଆଶିଷ ଓ ରାଜାକୁ ଗିରଫ କରିବା ସହ ବ୍ୟବହାର କରାଯାଇଥିବା ସ୍କର୍ପିଓ ଗାଡ଼ିକୁ ଜବତ କରି ପାଟଣାଗଡ଼ ଥାନାକୁ ଆଣିଥିଲା। ଥାନାରେ ସେମାନଙ୍କୁ ଅଧିକ ପଚରାଉଚରା ପରେ ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ ଲାଗି କାଜୁ ଫସଲ ନଷ୍ଟ

କୋକସରା,୬ା୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ନାଗପଡା ନିକଟରେ ଥିବା କାଜୁ ଜଙ୍ଗଲ ସମେତ ଆଖପାଖ ଚାଷଜମିରେ ଗୁରୁବାର ନିଆଁ...

ଛତିଶଗଡ଼ରେ ମାଓବାଦୀ ଅପରେଶନ: କ୍ୟାମ୍ପରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର

ମାଲକାନଗିରି,୬ା୩(ଗୌରୀଶଙ୍କର ପଣ୍ଡା): ଛତିଶଗଡ ସୁକ୍‌ମା ଜିଲାରେ ଯବାନମାନେ ମାଓ କ୍ୟାମ୍ପ ଉପରେ ଚଢାଉ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ସୁକ୍‌ମା ଜିଲା ଚିନ୍ତାଲନାର...

ଚଳନ୍ତା ଟ୍ରେନରୁ ଖସିପଡ଼ିଲେ ଯବାନ, ଭୁବନେଶ୍ୱର ଏୟାରଲିଫ୍ଟ

ରାୟଗଡ଼ା/ମୁନିଗୁଡ଼ା,୬।୩(ଆଶିଷ ରଞ୍ଜନ ପଣ୍ଡା/ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଷ୍ଟେଶନଠାରେ ଗୁରୁବାର ଚଳନ୍ତା ଟ୍ରେନ୍‌ରୁ ଖସି ପଡି ଜଣେ ବିଏସଏଫ୍‌ ଯବାନ ଗୁରୁତର...

ବାଇକ ଧକ୍କାରେ ବୃଦ୍ଧ ଗୁରୁତର: ଉତ୍ତେଜିତ ଗ୍ରାମବାସୀଙ୍କ ରାସ୍ତାରୋକୋ

ଦିଗପହଣ୍ଡି,୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ମୁଖ୍ୟରାସ୍ତାରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟାରେ ଏକ ବାଇକ...

ନୂଆ ଆପରାଧିକ ଆଇନ ସଚେତନତା: ବହୁସଂଖ୍ୟାରେ ଜନସାଧାରଣଙ୍କ ଯୋଗଦାନ

ଲାଞ୍ଜିଗଡ଼,୫ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଥାନା ପକ୍ଷରୁ ଥାନାଧିକାରୀ ଜିତେନ୍ଦ୍ର କୁମାର ବିଶାଳଙ୍କ ସଭାପତିତ୍ୱରେ ଛତ୍ରପୁର ପଞ୍ଚାୟତ ଅଧିନସ୍ଥ ମସ୍କI...

Champions Trophy: ଫାଇନାଲ ମ୍ୟାଚ ତୁଲାଇବେ ଏହି ଶ୍ରେଷ୍ଠ ଆଇସିସି ଅମ୍ପାୟାର

ଦୁବାଇ,୬ା୩: ଆସନ୍ତା ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆର ପଲ ରିଫେଲ ଓ ଇଂଲଣ୍ଡର ରିଚାର୍ଡ...

ମୃତ୍ୟୁ ପରେ ଶରୀର ଦାନ କରିବେ ରାମବାଇ

ବରଗଡ଼,୬।୩(ପ୍ରେମାନନ୍ଦ ଖମାରୀ): ଜଣେ ସଫଳ ମହିଳା ଚାଷୀଭାବେ ଜଣାଶୁଣା ବରଗଡ଼ ବ୍ଲକ ଜମୁର୍ଡା ଗ୍ରାମର ରାମବାଇ ମୃତ୍ୟୁପରେ ତାଙ୍କ ଶରୀର ଅଙ୍ଗଦାନ କରିବା ପାଇଁ ସ୍ଥିର...

ଜାପାନର ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବେ ବରଗଡ଼ ଝିଅ, ଛୁଟୁଛି ଶୁଭେଚ୍ଛାର ସୁଅ

ବରଗଡ଼,୬।୩ (ପ୍ରେମାନନ୍ଦ ଖମାରୀ) : ବରଗଡ ଜିଲା ଭଟଲି ଥାନା ଅନ୍ତର୍ଗତ କେଶାଇପାଲି ଗ୍ରାମର ବିକ୍ରମ ପଧାନ ଓ ଆଲ୍ଲାଦିନୀଙ୍କ ଝିଅ ଦିବ୍ୟାସା ଜାପାନର ସାକୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image