ମଝି ଆକାଶରେ ଦୁଇ ବାୟୁସେନା ଯୁଦ୍ଧ ବିମାନ ମୁହାଁମୁହିଁ…

ବୋଗୋଟା,୨।୭ : କଲମ୍ବିଆର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଶନିବାର ଆପିଆ ଏୟାର ବେସରେ କଲମ୍ବିଆ ବାୟୁସେନାର ଦୁଇ ଯୁଦ୍ଧବିମାନ ମଝିଆକାଶରେ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି।

ସ୍ଥାନୀୟ ରେଡିଓ ନେଟୱାର୍କ ଡବ୍ଲୁ ରେଡିଓ କଲମ୍ବିଆ ରିପୋର୍ଟ କରିଛି ଉଭୟ ବିମାନ କେନ୍ଦ୍ରୀୟ କଲମ୍ବିଆର ମେଟାସ୍ଥିତ ଆପାୟ ଏୟାର ବେସରେ ଏକ ପ୍ରଶିକ୍ଷଣ ଅଭ୍ୟାସରେ ଅଂଶଗ୍ରହଣ କରୁଥିବାବେଳେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା। କଲମ୍ବିଆ ବାୟୁସେନା ଟୁଇଟ କରି କହିଛି, ଏକ ଟ୍ରେନିଂ ମିଶନରେ ଦୁଇଟି ଟି -୨୭ ଟୁକାନୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ମୁହାଁମୁହିଁ ଧକ୍କାପରେ ଦୁଇ ବିମାନ ଆକାଶରେ ଜଳି ଯାଇଥିଲା। ଦୁଇ ପାଇଲଟଙ୍କ ମୃତ୍ୟୁକୁ ସମବେଦନା ଜଣାଇଛି। ଟି -୨୭ ଟ୍ରେନର ବ୍ରାଜିଲର ବାୟୁସେନା ପାଇଁ ବିକଶିତ ହୋଇଥିଲା ଏବଂ ଅଧିକାଂଶ ଦକ୍ଷିଣ ଆମେରିକାର ବାୟୁସେନା ଏହାକୁ ବ୍ୟବହାର କରିଥିଲେ। ବିମାନ ଦୁର୍ଘଟଣାର କାରଣ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଅନୁସନ୍ଧାନକାରୀଙ୍କ ଏକ ଟିମ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

Share