ବ୍ରହ୍ମପୁର ଅଫିସ,୧୯।୪: ଗଞ୍ଜାମ ଜିଲା ଗୋଶାଣିନନୁଆଗାଁ ଥାନା ଅଧୀନ ମୁସଲିମ ସ୍ମଶାନ ସମ୍ମୁଖରେ ଥିବା ହରିହର ମନ୍ଦିର ନିକଟ ଆୟାପ୍ପା ମନ୍ଦିରରୁ କିଛି ଦୁର୍ବୃତ୍ତ ରୁପା ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗ ହୋଇଛି।
ପୂଜକ ମଙ୍ଗଳବାର ସକାଳେ ମନ୍ଦିର କବାଟ ଖୋଲିଥିଲେ। ଭିତରକୁ ଯାଇ ଦେଖିବା ବେଳେ ଅୟାପ୍ପା ମହାପ୍ରଭୁଙ୍କ ମୁଖ୍ୟ କବାଟ ଭାଙ୍ଗି ଦୁର୍ବୃତ୍ତମାନେ ସମସ୍ତ ଅଳଙ୍କାର ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ। ଏନେଇ ପୂଜକ ମନ୍ଦିର କମିଟକୁ ଜଣାଇଥିଲେ। କମିଟି ପକ୍ଷରୁ ଥାନାରେ ଏକ ଅଭିଯୋଗ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମହାପ୍ରଭୁଙ୍କ ପ୍ରାୟ ଅଢେଇ କେଜିର ବିଭିନ୍ନ ରୁପା ଅଳଙ୍କାର ଚୋରି ହୋଇଥିବା କମିଟି ପକ୍ଷରୁ କୁହାଯାଇଛି।