Categories: ଜାତୀୟ

ସିକ୍କିମରେ ୨ ଯବାନଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଗ୍ୟାଙ୍ଗଟକ,୯।୮: ଦେଶର ଉତ୍ତର ପୂର୍ବ ରାଜ୍ୟ ସିକ୍କିମରେ ସେନାର ଦୁଇ ଯବାନଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସାରେ ସେନା ଏକ ବିବୃତ୍ତି ଜାରି କରି କହିଛି ଯେ, ପୂର୍ବ ସିକ୍କିମରେ ଅପରେଶନ ଡ୍ୟୁଟିରେ ଥିବାବେଳେ ହାଭିଲଦାର ଏସ ମୈତି ଏବଂ ନାୟକ ପର୍ବେ କିଶୋରଙ୍କ ଶହୀଦ ହୋଇଛି। ହେଲେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଜଣାପଡିନାହିଁ। ଅପରେଶନ ଡ୍ୟୁଟିରେ ଗାଡି ଚଳାଇବା ସମୟରେ ଉଭୟ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି ବୋଲି ସେନା ସୂଚନା ଦେଇଛି।

Share