ଯୁବତୀଙ୍କୁ କମେଣ୍ଟ ମାରି ବନ୍ଧାହେଲେ ଦୁଇ ଯୁବକ

ହିଞ୍ଜିଳିକାଟୁ ୩୦।୩(ଡି.ଏନ.ଏ.): ସୋରଡା ଅଞ୍ଚଳର ଜଣେ ଯୁବତୀଙ୍କୁ ହିଞ୍ଜିଳିକାଟୁ କଲେଜରୁ ବସଷ୍ଟାଣ୍ଡ ଆସିବା ବେଳେ ବୁଧବାର ୨ ଜଣ ଯୁବକ ପିଛାକରି କମେଣ୍ଟ ସହ ଅଶ୍ଲୀଳ ଇଙ୍ଗିତ କରିଥିଲେ। ଏ ନେଇ ଛାତ୍ରୀ ଜଣକ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ହିଞ୍ଜିଳି ଥାନାରେ ନଂ- ୧୯୬।୨୩ ରେ ମାମଲା ରୁଜୁ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ହିଞ୍ଜିଳି ପୋଲିସ। ତନାଘନା କରି ପୋଲିସ କମେଣ୍ଟ ମାରିଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇ ଜଣ ହେଲେ ହିଞ୍ଜିଳି ତାରାତାରିଣୀ ରୋଡର ପିଣ୍ଟୁ ଗୌଡ ଓ ଗାଙ୍ଗପୁର ଥାନା ନିମିନା ଅଞ୍ଚଳର ରାକେଶ ମହାପାତ୍ର। ୨ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ କରାଯାଇଛି।

Share