ବିବାହ କଲେ ଦୁଇ ସୁନ୍ଦରୀ

ବୁଏନୋସ ଆଇରେସ,୩।୧୧: ମିସ ଆର୍ଜେଣ୍ଟିନା ମାରିଆନା ଭାରେଲା ଏବଂ ମିସ ପୁଏର୍ଟୋ ରିକୋ ଫାବିଓଲା ଭାଲେଣ୍ଟାଇନ ନିଜ ସମ୍ପର୍କକୁ ନେଇ ବଡ଼ ଖୁଲାସା କରିଛନ୍ତି। ଦୁହେଁ ଦଗତ ଦୁଇ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ। ଏବେ ସେମାନଙ୍କ ସମ୍ପର୍କକୁ ଏକ ନୂଆ ନାଁ ଦେଇଛନ୍ତି। ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଇନଷ୍ଟାଗ୍ରାମରେ ଦୁହେଁ ଏନେଇ ସୂଚନା ଦେଇଛନ୍ତି। ଉଭୟ ସୋସିଆଲ ମିଡିଆରେ ସେମାନଙ୍କ ସମ୍ପର୍କକୁ ପ୍ରକାଶ କରୁଥିବା ଏକ ବହୁତ ସୁନ୍ଦର ଭିଡିଓ ଶେୟାର କରିଛନ୍ତି।
୨୦୨୦ରେ ମିସ ଗ୍ରାଣ୍ଡ ଇଣ୍ଟରନ୍ୟାଶନାଲ ସମୟରେ ମାରିଆନା ଭାରେଲା ଏବଂ ଫାବିଓଲା ଭାଲେଣ୍ଟାଇନ ପ୍ରଥମେ ସାକ୍ଷାତ ହୋଇଥିଲେ। ସେବେଠାରୁ ଦୁହେଁ ପରସ୍ପରକୁ ଡେଟିଂ କରୁଥିଲେ। ଅକ୍ଟୋବର ୨୮ରେ ଦୁହେଁ ବିବାହ କରିଥିଲେ । ସେ ସୋସିଆଲ ମିଡିଆରେ ଲେଖିଥିଲେ, ଆମର ସମ୍ପର୍କକୁ ବ୍ୟକ୍ତିଗତ ରଖିବା ପରେ ଆମେ ୨୮ ଅକ୍ଟୋବରରେ ପରସ୍ପର ପାଇଁ ଦ୍ୱାର ଖୋଲିଥିଲୁ। ଏହି ଘୋଷଣା ପରେ ସୋସିଆଲ ମିଡିଆରେ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

Share