Categories: ଫୁରସତ

ଏକାସାଙ୍ଗରେ ଜଣେ ମହିଳାଙ୍କ ସନ୍ତାନର ପିତା ହେବାକୁ ଚାହୁଁଛନ୍ତି ଏହି ଦୁଇ ବନ୍ଧୁ

ବ୍ରାଜିଲର ଦୁଇଜଣ ଭଲ ବନ୍ଧୁ ଜଣେ ମହିଳାଙ୍କ ପ୍ରେମରେ ପଡ଼ିଛନ୍ତି। ଗତ ଦେଢ଼ ବର୍ଷ ଧରି ଏହି ତିନି ଜଣ ପରସ୍ପରକୁ ଡେଟ୍‌ କରୁଛନ୍ତି। ତିନିଜଣ ସ୍ତ୍ରୀ-ସ୍ବାମୀଙ୍କ ପରି ରେଷ୍ଟୁରାଣ୍ଟ ଏବଂ ଡେଟ୍‌ରେ ଯାଆନ୍ତି। ଯଦିଓ ସେମାନଙ୍କୁ ଲୋକମାନଙ୍କର ଅଜବ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡ଼ିଥାଏ ତଥାପି ଏହି ତିନିଜଣ କାହାରି କଥାକୁ ଭ୍ରୁକ୍ଷେପ ନ କରି ଭବିଷ୍ୟତକୁ ନେଇ ବହୁତ କିଛି ଯୋଜନା କରିଛନ୍ତି।

୩୦ ବର୍ଷୀୟ ଡିନୋ ଡି’ସୁଜା ଏବଂ ସାଲୋ ଗୋମ୍ସ ହେଉଛନ୍ତି ବ୍ରାଜିଲ ବାସିନ୍ଦା। ଗତ ବର୍ଷ ସ୍ପେନର ବାର୍ସିଲୋନାରେ ଛୁଟିଦିନରେ ବେଲାଋଷର ଏକ ବାର୍‌କୁ ଯାଇଥିଲେ। ସେଠାରେ ଏହି ଦୁଇବନ୍ଧୁ ୨୭ ବର୍ଷୀୟା ଓଲ୍‌ଗାଙ୍କୁ ଭେଟିଥିଲେ। ଯିଏକି ତାଙ୍କ ସାଙ୍ଗମାନଙ୍କ ସହିତ ଥିଲେ। ଡିନୋ ଏବଂ ସୋଲୋ ମଧ୍ୟ ଓଲ୍‌ଗାଙ୍କ ନିକଟକୁ ଯାଇଥିଲେ ଏବଂ ତିନିଜଣ ଏକାଠି ଡେଟ୍‌ କରିବାରେ ଲାଗିଲେ।

ଏ ବିଷୟରେ ଡିନୋ କହିଛନ୍ତି, ସାଲୋ ଏବଂ ମୁଁ ବାର୍ସିଲୋନା ଫୁଟବଲ୍‌ ମ୍ୟାଚ ଦେଖିବାକୁ ଯାଇଥିଲୁ ଏବଂ ଆମେ ସେଠାରେ ଓଲ୍‌ଗାଙ୍କୁ ଭେଟିଥିଲୁ। ଆମେ ତାଙ୍କୁ ଡ୍ରିଙ୍କ୍‌ସ କରିବାକୁ ଦେଇଥିଲୁ। ସେଠାରୁ ଆମ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ଏହା ଆମ ପାଇଁ ଏକ ସମସ୍ୟା ନୁହେଁ ଯେ ଆମେ ତିନି ଜଣ ଗୋଟିଏ ସମ୍ପର୍କରେ ରହିଛୁ। ଆମ ପାଇଁ ଆମ କେମେଷ୍ଟ୍ରି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଆଉ ଆମ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି।

ଡିନୋ କହିଛନ୍ତି, ପ୍ରାରମ୍ଭରେ ଆମେ ବନ୍ଧୁ, ପରିବାର ଏବଂ ସାଙ୍ଗମାନଙ୍କର ଅନେକ ଟାହି ଟାପରା କଥାକୁ ସାମ୍ନା କରିବାକୁ ପଡୁଥିଲା। କାରଣ ସେମାନେ ଆମ ୩ ଜଣଙ୍କ ମଧ୍ୟରେ କ’ଣ ଘଟୁଛି ତାହା ବୁଝିବାକୁ ଚାହୁଁଥିଲେ। ଆମେ ଖୁବ୍‌ ଖୁସିରେ ରହୁଛୁ। ଆମ ପରିବାର ଏବଂ ବନ୍ଧୁମାନଙ୍କୁ ମଧ୍ୟ କହି ଦେଇଛୁ କି ଆମ ୩ ଜଣଙ୍କ ମଧ୍ୟରେ ସମ୍ପର୍କକୁ ନେଇ କେବେ କିଛି ମତଭେଦ ହୋଇନାହିଁ। ଏବେ ପରିବାରବର୍ଗ ମଧ୍ୟ ଏ କଥାକୁ ଗ୍ରହଣ କରି ନେଲେଣି। ବର୍ତ୍ତମାନ ସେମାନେ ଆମକୁ ବହୁ ସାହାଯ୍ୟ କରୁଛନ୍ତି।

ଗତ ଦେଢ଼ ବର୍ଷ ଧରି ଡିନୋ, ଓଲ୍‌ଗା ଏବଂ ସାଲୋ ପରସ୍ପରକୁ ଡେଟ୍‌ କରୁଥିଲେ ଏବଂ ଏହି ତିନିଜଣ ବର୍ତ୍ତମାନ ଫ୍ରାନ୍ସରେ ରୁହନ୍ତି । ଖାଲି ଏତିକି ନୁହେଁ, ଦୁଇଜଣ ଏକାସାଙ୍ଗରେ ସନ୍ତାନର ପିତା ହେବାକୁ ମଧ୍ୟ ଚାହୁଁଛନ୍ତି। ଡିନୋ କହିଛନ୍ତି ଯେ, ଆମେ ସମଗ୍ର ବିଶ୍ୱରେ ବୁଲିବାକୁ ଚାହୁଁଛୁ। ଆମର ବ୍ୟବସାୟ ବଢ଼ାଇବାକୁ ଆମେ ଚାହୁଁଛୁ। ଅତି ସରଳ ଭାବରେ ଜୀବନଯାପନ କରିବାକୁ ଚାହୁଁଛୁ।

Share