ଓଭରଟେକ୍‌ ବେଳେ ଦୁଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର

କୋକସରା,୭ା୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଆମପାଣିରୁ ଧର୍ମଗଡ଼କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ଓ୍ବେର ବଡ଼ କେନ୍ଦୁଗୁଡ଼ା ବଜାର ପଡ଼ିଆ ନିକଟରେ ବୁଧବାର ଅପରାହ୍ନରେ ଦୁଇ ବାଇକ୍‌ ଓଭରଟେକ୍‌ କରୁଥିବା ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୨ ଯୁବକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ବଡ଼ କେନ୍ଦୁଗୁଡ଼ା ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ ଆମ୍ବୁଲାନ୍ସ ଉପଲବ୍ଧ ନ ଥିବା ସୂଚନା ମିଳିଥିଲା। ପରେ ଆମପାଣି ପୋଲିସକୁ ଖବର ଦେବା ପରେ ଥାନାଧିକାରୀ ଚତୁଃର୍ଭୁଜ ନାଏକ ସଦଳବଳ ପହଞ୍ଚି ଦୁଇ ଗୁରୁତରଙ୍କୁ ପୋଲିସ ଗାଡ଼ିରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁଇ ଯୁବକ ହେଉଛନ୍ତି ଖଳିଗଡ଼ ଗ୍ରାମର ଚୈତନ୍ୟ ଧଙ୍ଗଡ଼ା ମାଝି (୩୫) ଓ ଡୁଡୁକାଠେଙ୍ଗା ଗ୍ରାମର ଲିଙ୍ଗରାଜ ବେଶ୍ରା (୩୫)। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟଣା: ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାରେ ବୁଧବାର ସକାଳେ ନୀଳକଣ୍ଠ ନାମକ ଯାତ୍ରୀବାହୀ ବସ ନଂ. (ଓଡ଼ି ୦୭ ଟି –...

ପୋଲରେ ପିଟିହେଲା ସ୍କୁଟି : ୨ ମୃତ, ୨ ଆହତ

ଜି.ଉଦୟଗିରି,୨୧ା୩(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି କଳିଙ୍ଗା ରାଜ୍ୟ ରାଜପଥ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାଇପଦା ଛକ ନିକଟ ଏକ ପୋଲରେ ସ୍କୁଟି ପିଟିହୋଇ...

ନାମ ଯଜ୍ଞ ଦେଖି ଫେରିଲା ବେଳକୁ ନ ଥିଲା ଗାଡ଼ି

ଭଞ୍ଜନଗର,୨୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମରୁ ଗୁରୁବାର ରାତିରେ ଏକ ବାଇକ ଚୋରି ହୋଇଛି। ଏ ନେଇ ହରିଗଡ ଗ୍ରାମର...

ଏପ୍ରିଲ ୨ରେ ହେବ ବାଲ ବାଟିକା “ଖଡ଼ିଛୁଆଁ ” ଓ ପ୍ରବେଶ ଉତ୍ସବ: ନାମ ଲେଖାଇବେ …

ବରଗଡ଼, ୨୧।୩(ପ୍ରେମାନନ୍ଦ ଖମାରୀ) – ଆସନ୍ତା ଏପ୍ରିଲ ମାସ ୨ ତାରିଖ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ବାଲ ବାଟିକା ପାଇଁ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ...

ବ୍ରହ୍ମପୁର ଏମ୍‌ପି ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଛତ୍ରପୁର ବ୍ଲକ ପ୍ରତିନିଧି ହେଲେ ଆର୍‌. ସନ୍ତୋଷ, କହିଲେ…

ଛତ୍ରପୁର,୨୧।୩(ଦିଲ୍ଲୀପ ସାମଲ): ବ୍ରହ୍ମପୁର ଏମ୍‌ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଛତ୍ରପୁର ବ୍ଲକ ପ୍ରତିନିଧି ହେଲେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦର ପୂର୍ବତନ ସଭାପତି...

ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଝଟକା

କଟକ,୨୧।୩: ଝାରସୁଗୁଡ଼ା ବିଧାନସଭା ନିର୍ବାଚନୀ ମାମଲାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଝଟକା ଲାଗିଛି। ବିଧାୟକଙ୍କ ବିରୋଧରେ ମାମଲା ଚାଲିବ ବୋଲି ହାଇକୋର୍ଟ ଶୁକ୍ରବାର ସ୍ପଷ୍ଟ କରିଛନ୍ତି।...

ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର,୨୧।୩: ୯ ଦଫା ଦାବି ନେଇ ୟୁନାଇଟେଡ୍‌ ଫୋରମ୍‌ ଅଫ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ୟୁବି) ପକ୍ଷରୁ ଦିଆଯାଇଥିବା ୨ଦିନିଆ ବ୍ୟାଙ୍କ ଧର୍ମଘଟକୁ ଶୁକ୍ରବାର ସ୍ଥଗିତ କରି...

ଥାନାରେ ଅଗ୍ନିକାଣ୍ଡ: ପୋଡ଼ିଗଲା ଜବତ ୨ଟି କାର୍‌

ବୌଦ୍ଧ,୨୧।୩: ବୌଦ୍ଧ ଜିଲା ମନମୁଣ୍ଡା ଥାନା ପରିସରରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଥାନା ପରିସରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜବତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image