Advertisement

ଓଭରଟେକ୍‌ ବେଳେ ଦୁଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର

କୋକସରା,୭ା୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଆମପାଣିରୁ ଧର୍ମଗଡ଼କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ଓ୍ବେର ବଡ଼ କେନ୍ଦୁଗୁଡ଼ା ବଜାର ପଡ଼ିଆ ନିକଟରେ ବୁଧବାର ଅପରାହ୍ନରେ ଦୁଇ ବାଇକ୍‌ ଓଭରଟେକ୍‌ କରୁଥିବା ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୨ ଯୁବକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ବଡ଼ କେନ୍ଦୁଗୁଡ଼ା ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ ଆମ୍ବୁଲାନ୍ସ ଉପଲବ୍ଧ ନ ଥିବା ସୂଚନା ମିଳିଥିଲା। ପରେ ଆମପାଣି ପୋଲିସକୁ ଖବର ଦେବା ପରେ ଥାନାଧିକାରୀ ଚତୁଃର୍ଭୁଜ ନାଏକ ସଦଳବଳ ପହଞ୍ଚି ଦୁଇ ଗୁରୁତରଙ୍କୁ ପୋଲିସ ଗାଡ଼ିରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁଇ ଯୁବକ ହେଉଛନ୍ତି ଖଳିଗଡ଼ ଗ୍ରାମର ଚୈତନ୍ୟ ଧଙ୍ଗଡ଼ା ମାଝି (୩୫) ଓ ଡୁଡୁକାଠେଙ୍ଗା ଗ୍ରାମର ଲିଙ୍ଗରାଜ ବେଶ୍ରା (୩୫)। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel