ଢେଙ୍କାନାଳ ଅଫିସ, ୨୯।୩: ଢେଙ୍କାନାଳ ଜିଲା ଗଁଦିଆ ଥାନା କାଲୁରିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବାଲିଘାଟରୁ ବାଲି ବୋଝେଇକରି ଫେରୁଥିବା ଏକ ଟ୍ରାକ୍ଟର ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନରୋତ୍ତମ ବେହେରା ଏବଂ ରାଜୀବ ବେହେରା। ଉଭୟେ ଏକ ବାଇକ୍ରେ ବାଲିଘାଟକୁ ଯାଉଥିବା ବେଳେ ବିପରୀତ ପାର୍ଶ୍ୱରୁ ଆସୁଥିବା ଉକ୍ତ ଟ୍ରାକ୍ଟର ଧକ୍କାଦେଇଥିଲା। ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୋର୍ ୪ଟାରେ ନରୋତ୍ତମ ଏବଂ ୫ଟାରେ ରାଜୀବଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସୂଚନା ପାଇ ସୋମବାର ଗଁଦିଆ ଏବଂ ଯୋରନ୍ଦା ଥାନା ପୋଲିସ ପହଞ୍ଚତ୍ ତଦନ୍ତ ଜାରି ରଖିଛନ୍ତି।