ବିଦ୍ୟୁତ୍‌ ଖୁଣ୍ଟରେ ପିଟିହୋଇ ଚାଲିଗଲା ଦୁଇ ବାଇକ୍‌ ଆରୋହୀଙ୍କ ଜୀବନ

ସାକ୍ଷୀଗୋପାଳ,୧୬।୧୨(କିଶୋର ମହାପାତ୍ର): ପୁରୀ ଜିଲା ସତ୍ୟବାଦୀ ଥାନା ଦାଶବିଦ୍ୟାଧରପୁର ପଞ୍ଚାୟତ ଭଣ୍ଡାରିଦଣ୍ଡା ନିକଟରେ ଶନିବାର ଭୋରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନିକଟସ୍ଥ ଇନ୍ଦିପୁର ଗ୍ରାମର ଆଦିତ୍ୟ ପାଢ଼ୀ ଏବଂ ଶୁଭରଞ୍ଜନ ସେନାପତି।

ଆଦିତ୍ୟ ଏବଂ ଶୁଭରଞ୍ଜନ ଏକ ବାଇକ୍‌ରେ କୌଣସି କାମରେ ସାକ୍ଷୀଗୋପାଳ ଯାଇଥିଲେ। ଭୋରରେ ଘରକୁ ଫେରୁଥିବା ବେଳେ ଭଣ୍ଡାରିଦଣ୍ଡାଠାରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ସତ୍ୟବାଦୀ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଆଇଆଇସି ବିଜୟ କେତନ ବେହେରା କହିଛନ୍ତି।

Share