Advertisement

ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ୫ ଗୁରୁତର

ଜି.ଉଦୟଗିରି,୧୦ା୯(ଶିଶିର ପଟ୍ଟନାୟକ)-ଜି.ଉଦୟଗିରି ନିକଟସ୍ଥ ଗୁଡ୍ରିପଡ଼ିଠାରେ ରବିବାର ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଛୋଟ ଛୁଆକୁ ମିଶାଇ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ବୁଲେଟ ଚାଳକ ସୁବ୍ରତ ପ୍ରଧାନ, ରଜନୀକାନ୍ତ ପ୍ରଧାନ, ବାଇକ ଚାଳକ ଲାଲୁ ନାୟକ, ରୁଚିମା ପ୍ରଧାନ, ଲିନା ଦିଗାଲ ଓ ତିନି ବର୍ଷର ଝିଅ ସୃଷ୍ଟି ନାୟକ।
ସନ୍ଧ୍ୟାରେ ବୁଲେଟ (ନଂ ଓଡି-୦୭-ଏଡି-୪୩୦୬) ରାଇକିଆ ଅଭିମୁଖେ ଯାଉଥିଲା ଏବଂ ଏକ ବାଇକ ( ଓଡି୧୨-ଡି-୭୯୦୪) ବିପରୀତ ଦିଗରୁ ଫେରୁଥିବା ବେଳେ ଗୁଡ୍ରିପୋଡ଼ି ନିକଟରେ ଦୁଇଗୋଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ଏବଂ ଦମକଳ ବାହିନୀ ସହ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ପାଢ଼ୀ ଏବଂ ଟିମ ପହଞ୍ଚି ସମସ୍ତଙ୍କୁ ଦମକଳ ଗାଡ଼ି ଓ ପୋଲିସ ଗାଡ଼ିରେ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ ଆଣିଥିଲେ। ପରେ ସମସ୍ତ ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ରେଫର କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel