ଦୁଇ ବାଇକ୍‌ ମୁହାଁମୁହିଁ: ଜଣଙ୍କର ଜୀବନ ଗଲା, ଦୁଇ ଗୁରୁତର

କେନ୍ଦୁଝର,୨୫ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ପାଟଣା ରାସ୍ତାର କପାସପଡ଼ା ନିକଟରେ ଶନିବାର ସନ୍ଧ୍ୟାରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ମୂଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ରଥପଡ଼ା ଗ୍ରାମର ଦିଲ୍ଲୀପ (୧୭) ବୋଲି ଜଣାପଡିଥିବା ବେଳେ ଗୁରୁତର ଦ୍ୱୟ ହେଲେ ପାଟଣା ଥାନା ସାଧୁପଡ଼ା ଗ୍ରାମର ଘନଶ୍ୟାମ ମହାନ୍ତ ଓ କରଞ୍ଜିଆ ଅଞ୍ଚଳର ବୀରକିଶୋର ମାଟିଆ।

Share