ଆଙ୍କୁଲାଚଟି ଠାରେ ଦୁଇ ବାଇକ୍‌ ମୁହାଁମୁହିଁ

ଚିଲିକା।୧୯।୭( ଦିଲ୍ଲୀପ କୁମାର ସ୍ବାଇଁ ): ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲାଚଟି ବଜାର ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଉଭୟ ବାଇକ୍‌ ଚାଳକଙ୍କୁ ଆହତ ଅବସ୍ଥାରେ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ନାଚୁଣୀ ପାଖରୁ ବାଲୁଗାଁ ଅଭିମୁଖେ ଏକ ବାଇକ ଆସୁଥିବା ବେଳେ ଖାରିବନ୍ଧ ବାଲୁଗାଁ ପଟରୁ ନାଚୁଣୀ ଅଭିମୁଖେ ଯାଉଥିବା ଏକ ବୁଲେଟ ମଧ୍ୟରେ ଧକ୍କା ହୋଇଥିଲା।