ଦୁଇ ବାଇକ୍‌ ମୁହାଁମୁହିଁ: ଉଭୟ ଚାଳକ ଗୁରୁତର

ନିରାକାରପୁର,୩ା୬(ଡି.ଏନ୍‌.ଏ.): ଶନିବାର ୨ଟି ବାଇକ୍‌ ମୁହାଁମୁହିଁ ହେବାରୁ ଉଭୟ ଚାଳକ ଗୁରୁତର ହୋଇଥିବା ଜଣାଯାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ଉଭୟ ଚାଳକଙ୍କ ପରିଚୟ ମିଳିପାରିନାହିଁ। ତେବେ ଜଣେ ଚାଳକଙ୍କ ଘର ଜଙ୍କିଆ ଥାନା ଅଧିନସ୍ଥ ଦେଉଳି ହୋଇଥିବା ବେଳେ ଅନ୍ୟଜଣେ ନିରାକାରପୁର ଥାନା ଅଧିନସ୍ଥ ଲେଣ୍ଡୋ ଅଞ୍ଚଳର ବୋଲି ସୂଚନା ମିଳିଛ।

ମିଳିଥିବା ସୂଚନାନୁସାରେ, ରାମେଶ୍ୱର ମେଡିକାଲ ଛକର ଅନତିଦୂରରେ ଥିବା ନୂଆ ଜଗନ୍ନାଥ ସଡ଼କରେ ଉଭୟ ଆସୁଥିବାବେଳେ ୨ଟି ଯାକ ବାଇକ୍‌ ସମ୍ମୁଖରୁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଉଭୟେ ରାସ୍ତାପାର୍ଶ୍ୱକୁ ଛିଟିକି ପଡ଼ିଥିଲେ। ଉଭୟଙ୍କ ଚିତ୍କାର ଶୁଣି କେତେକ ସ୍ବେଚ୍ଛାସେବୀଙ୍କ ସମେତ ସ୍ଥାନୀୟବାସିନ୍ଦା ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଏକ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିବା ଜଣାପଡ଼ିଛି। କୌଣସି ସୂତ୍ରରୁ ଖବରପାଇ ଘଟଣାସ୍ଥଳରେ ନିରାକାରପୁର ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।