Categories: ଜାତୀୟ

ଇସ୍ତଫା ଦେଲେ ଭାଜପାର ୨ ହେଭିଓ୍ବେଟ୍‌ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣରେ ସାମିଲ ହେବାକୁ ଥିବା ୪୩ ନେତା ଶପଥ ନେବା ପୂର୍ବରୁ ଇସ୍ତଫା ଦେଇଛନ୍ତି ୧୨ ମନ୍ତ୍ରୀ । ଏମାନଙ୍କ ମଧ୍ୟରେ ରହିଛନ୍ତି ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଭଳି ହେଭିଓ୍ବେଟ୍‌ ମନ୍ତ୍ରୀ।

ନିକଟରେ କେନ୍ଦ୍ର ସରକାର ନୂଆ ଆଇଟି ଆଇନ ଆଣିଥିଲେ। ଏହାକୁ ନେଇ ସୋସିଆଲ ମିଡିଆ କମ୍ପାନୀ ଏବଂ ରବିଶଙ୍କରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।

ଏହା ପୂର୍ବରୁ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଦନ, ଥାୱରଚାନ୍ଦ ଗେହଲୋଟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ, ରମେଶ ପୋଖରିଆଲ ନିଶଙ୍କ, ସଞ୍ଜୟ ଧୋତ୍ରେ, ବାବୁଲ ସୁପ୍ରିଓ, ରାଓ ସାହେବ ଦାନଭେ ପାଟିଲ, ସଦାନନ୍ଦ ଗୌଡା, ରତନ ଲାଲ କାଟାରିଆ, ପ୍ରତାପ ଷଡ଼ଙ୍ଗୀ, ଅଶ୍ୱିନୀ ଚୋଭେ ଇସ୍ତଫା ଦେଇଥିଲେ।

Share