ରୁଷିଆ କବ୍‌ଜାରେ ବ୍ରିଟେନ ନାଗରିକ

ମସ୍କୋ, ୧୯ା୪: ରୁଷିଆ ସହ ଲଢ଼େଇବେଳେ ୟୁକ୍ରେନ୍‌ରୁ ଦୁଇ ବ୍ରିଟେନ ନାଗରିକଙ୍କୁ ମସ୍କୋ କବ୍‌ଜାରେ ଅଛନ୍ତି। ସେମାନଙ୍କ ଏକ ଭିଡିଓ ରୁଷିଆ ଷ୍ଟେଟ୍‌ ଟିଭିରେ ପ୍ରସାରିତ ହୋଇଛି। ଏହି ଦୁଇ ଜଣ ୟୁକ୍ରେନ୍‌ରେ ବନ୍ଦୀ ଥିବା ରୁଷିଆ ସପକ୍ଷବାଦୀ ରାଜନେତା ଭିକ୍ଟୋର ମେଡ୍‌ଭେଦ୍‌ଚୁକଙ୍କୁ ଅଦଳବଦଳ କରିବା ପାଇଁ କହୁଥିବା ଦେଖିବାକୁ ମିଳିଛି। ଭିକ୍ଟୋର ମଧ୍ୟ ଏକ ଭିଡିଓରେ ତାଙ୍କୁ ରୁଷିଆ ବନ୍ଦୀ କରିଥିବା ୟୁକ୍ରେନ୍‌ ସୈନ୍ୟଙ୍କ ସହ ଅଦଳବଦଳ କରିବା ପାଇଁ କହୁଥିବା ଦେଖାଯାଇଛି। ଭିଡିଓ ଯୋଗେ ଉଭୟେ ପୃଥକ ଭାବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ ଅନୁରୋଧ କରୁଛନ୍ତି। ବ୍ରିଟେନର ପିନ୍ନର ଏବଂ ଆସ୍‌ଲିନ୍‌ ମାରିଉପୋଲରେ ୟୁକ୍ରେନ୍‌ ସହ ଲଢ଼ିବା ପାଇଁ ଯାଇଥିଲେ। ସେଠାରୁ ରୁଷୀୟ ସୈନ୍ୟ ସେମାନଙ୍କୁ ବନ୍ଦୀ କରିଛନ୍ତି। ଭିଡିଓରେ ଜଣେ ଅଚିହ୍ନା ବ୍ୟକ୍ତି ସେମାନଙ୍କ ନିକଟରେ ଥିବା ଦେଖାଯାଇଛି। ଏଥିସହ ଭିକ୍ଟୋରଙ୍କୁ ମୁକୁଳାଇବା ପାଇଁ ତାଙ୍କ ସ୍ତ୍ରୀ ଓକ୍‌ସାନାଙ୍କ ଦାବିକୁ ମଧ୍ୟ ବୋରିସ୍‌ ଶୁଣିବା ଉଚିତ ବୋଲି ଆସ୍‌ଲିନ୍‌ କହିଛନ୍ତି।

Share