ଗୋପାଳପୁର,୧୬ା୩(ନବୀନ ରାଜ ଆଚାରୀ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ କରିବା ଘଟଣାରେ ଗୋପାଳପୁର ଥାନା ପୋଲିସ ଦୁଇ ଭାଇଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ ଗୁମୁଳା ଗ୍ରାମର ଶ୍ରୀକାନ୍ତ ପାତ୍ର, ଭାଇ ସିଦ୍ଧାନ୍ତ ପାତ୍ର ବୋଲି ପୋଲିସ କହିଛି।
ସୂଚନାନୁସାରେ, ଏହି ଥାନା ଅଧିନସ୍ଥ ବଡ଼ ଗୁମୁଳା ଗ୍ରାମର ପ୍ରଦୀପ କୁମାର ବେହେରା ସହିତ ଉକ୍ତ ଗ୍ରାମର ଶ୍ରୀକାନ୍ତ ପାତ୍ର ପୂର୍ବ ଶତ୍ରୁତା ଲାଗି ରହିଥିଲା। ପ୍ରଦୀପଙ୍କ ବାପା କେଦାର ବେହେରା ଅଲଗାରେ ରହୁଥିଲେ। ଶନିବାର କେଦାର ଶ୍ରୀକାନ୍ତ ଫୋନକୁ ପ୍ରଦୀପ ଫୋନ କରିଥିଲେ। ଏହାକୁ ନେଇ ପ୍ରଦୀପ ନାପସନ୍ଦ କରି ଉଭୟ ମଧ୍ୟରେ ପ୍ରବଳ ପାଟି ତୁଣ୍ଡ ହୋଇ ଝଗଡା ହୋଇଥିଲା। ରାତି ପ୍ରାୟ ୧୦ଟାରେ ଶ୍ରୀକାନ୍ତ ତାଙ୍କ ସିଦ୍ଧାନ୍ତ ଓ ଅନ୍ୟ ଜଣ ମିଶି ଏକ ବାଇକ୍ରେ ଆସି ପ୍ରଦୀପଙ୍କ ଘର ଉପରେ ବୋମାମାଡ଼ କରି ତିନି ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏ ନେଇ ପ୍ରଦୀପ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଥାନା କେସ୍ ନଂ ୮୪/୨୫ରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଘଟଣାସ୍ଥଳରେ ପହଞ୍ଚିଥିଲା। ଫୁଟା ବୋମାର ଅଂଶକୁ ପୋଲିସ ଜବତ କରିଛି। ଏହି ଘଟଣାରେ ଦୁଇ ଭାଇଙ୍କୁ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖି ପଚାରଉଚରା ଜାରି ରଖିଛି। ସୋମବାର ଶ୍ରୀକାନ୍ତ ଓ ସିଦ୍ଧାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
ସୂଚନାଥାଉ କି, ଗତ କିଛି ଦିନ ହେଲା ଗୋପାଳପୁର ଥାନା ଅଞ୍ଚଳ ଚୋରି, ଲୁଟ୍, ଅପରାଧୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ପଟେ ପୋଲିସ ସଠିକ୍ ଭାବେ ପେଟ୍ରୋଲିଂ ଓ ବ୍ଲକିଂ କରୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି।