ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସିଲେ ୨ ଭାଇ, ଜଣେ ମୃତ

ଦେବଗଡ଼,୩୦।୬ (ଡି.ଏନ୍‌.ଏ): ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଜଣେ ଶିଶୁର ମୃତ୍ୟୁ ଘଟିଛି। ଏଭଳି ଏକ ଦୁର୍ଘଟଣା ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଚନ୍ଦନଖୁଂଟି ଗ୍ରାମରେ। ମୃତକ ଜଣଙ୍କ ହେଲେ ସାଇ ନାୟକ(୫)। ସେହିପରି ଅନ୍ୟ ଜଣେ ଶିଶୁ ସାଇ ନାୟକ(୫)ଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନାନୁସାରେ, ଅପରାହ୍ନ ପ୍ରାୟ ୪ ଟା ସମୟରେ ଚନ୍ଦନଖୁଣ୍ଟି ଗ୍ରାମର ମହେଶ୍ୱର ନାୟକଙ୍କ ୨ ଜାଆଁଳା ପୁଅ ଓମ ନାୟକ ଓ ସାଇ ନାୟକ ଘର ଅଗଣାରେ ଖେଳିସାରି ଘର ଭିତରକୁ ଯାଉଥିବା ବେଳେ ହଠାତ୍‌ ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଉଭୟଙ୍କୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଡାକ୍ତର ସାଇକୁ ମୃତ ଘୋଷଣା କରିଥିଲେ। ତେବେ ଓମ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ଜଣାପଡିଛି ।

Share