Categories: ଜାତୀୟ

ବିଚ୍ଛେଦର ୭୪ ବର୍ଷ ପରେ ଏକାଠି ହେଲେ ଦୁଇ ଭାଇ

ନୂଆଦିଲ୍ଲୀ,୧୨।୧: ୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ବେଳେ ପରସ୍ପରଠୁ ବିଚ୍ଛେଦ ହୋଇଯାଇଥିଲେ ଦୁଇ ଭାଇ। ବିଚ୍ଛେଦ ହେବାର ୭୪ ବର୍ଷ ପରେ ଦୁଇ ଭାଇ ପରସ୍ପରକୁ ଭେଟିଛନ୍ତି ପଞ୍ଜାବର କରତାରପୁର ଗୁରୁଦ୍ୱାରା ଦରବାର ଶାହିବରେ।

ସୂଚନାନୁସାରେ, ୧୯୪୭ରେ ଦେଶର ବିଭାଜନ ବେଳେ ମହମ୍ମଦ ସିକ୍ୟୁକି ଛୋଟ ଥିଲେ। ତାଙ୍କ ବଡ ଭାଇ ହବିବ ଆଲିଆଜ୍‌ ଶେଲା ଭାରତର ପଞ୍ଜାବରେ ରହିଯାଇଥିଲେ। ତେବେ ୭୪ ବର୍ଷ ପରେ ଭେଟ ହେଲା ପରେ ଦୁହେଁ ଦୁହିଁଙ୍କୁ ଧରି ଭାବପ୍ରବଣ ହୋଇଯାଇଥିଲେ, ଯାହାକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଥିଲା। ତେବେ କରତାରପୁର କରିଡର ଉଭୟ ଭାରତ ଓ ପାକିସ୍ତାନ ଭିଜା ମୁକ୍ତ ଯାତ୍ରାକୁ ଅନୁମତି ଦେଇଥିବାରୁ ଦୁଇ ଭାଇଙ୍କ ମିଳନ ହୋଇପାରିଛି। ଏ ନେଇ ଦୁଇ ଭାଇ ଉଭୟ ଦେଶର ସରକାରଙ୍କୁ ଧନ୍ୟବାଦ୍‌ ଦେଇଛନ୍ତି।

Share