ଦୁଇ ବସ୍‌ ଧକ୍କା: ୮୦ ଆହତ, ୧୮ ଗୁରୁତର

ନ୍ୟୁୟର୍କ,୭ା୭: ଆମେରିକାର ନ୍ୟୁୟର୍କ ସହରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି। ଏଠାରେ ଦୁଇଟି ବସ୍‌ ଧକ୍କାରେ ୮୦ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୧୮ ଜଣ ଗୁରୁତର ହୋଇଛନ୍ତି। ସୂଚନାନୁସାରେ, ଡବଲ ଡେକର୍‌ ଟୁର୍‌ ବସ୍‌ ପଛରୁ ଏକ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଇଥିଲା। ଫଳରେ ଯାତ୍ରୀମାନେ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନ୍ୟୁୟର୍କ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଉଭୟ ବସ୍‌ରେ ପ୍ରବଳ ଭିଡ଼ ଥିଲା। ବସ୍‌ରୁ ଅନ୍ୟ ୬୩ ଜଣଙ୍କୁ ମେଡିକାଲ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛ। ବିଭାଗୀୟ ଅଧିକାରୀ କହିଛନ୍ତି, କିଛି ଲୋକଙ୍କର ହାଡ଼ ଭାଙ୍ଗି ଯାଇଛି । ମୁଣ୍ଡ ଏବଂ ବେକରେ ଆଘାତ ଲାଗିଛି।

Share