Categories: ଜାତୀୟ

ପୁଣି କେରଳ ବଢ଼ାଉଛି ଚିନ୍ତା

ଥିରୁଭାନ୍ତମପୁରମ,୬।୬: ଦେଶରେ ବ୍ୟାପିଥିବା କରୋନା ସଙ୍କଟ ମଧ୍ୟରେ କେରଳରେ ଏବେ ନୋରୋଭାଇରସ ମାମଲା ପୁଣି ଥରେ ଚିନ୍ତା ବଢ଼ାଇଛି। ଚଳିତ ମାସ କେରଳର ଭିଜିଞ୍ଜାମରେ ୨ଜଣ ଶିଶୁ ନୋରୋଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଭିଜିଞ୍ଜାମ କେରଳର ରାଜଧାନୀ ଥିରୁଭାନ୍ତପୁରମରେ ଅବସ୍ଥିତ। ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ୨ଜଣ ସ୍କୁଲ ଯାଉଥିବା ପିଲା ବୋଲି ଜଣାପଡ଼ିଛି। ଅନ୍ୟପଟେ କେରଳର ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି, ବର୍ତ୍ତମାନ ଆକ୍ରାନ୍ତ ଶିଶୁଙ୍କ ଅବସ୍ଥା ସ୍ଥିର ରହିଛି। ସେମାନଙ୍କର ନମୁନା ସଂଗ୍ରହ କରାଯାଇ ସମସ୍ତ ପ୍ରକାରର ସାବଧାନତା ଅବଲମ୍ବନ କରାଯାଉଛି। ଏହି ରୋଗ ଦ୍ୱାରା ଝାଡ଼ା, ବାନ୍ତି ଓ ପେଟ ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ। ଏହା ସଂକ୍ରମିତ ଲୋକଙ୍କ ସହ ଯୋଗାଯୋଗରେ ଆସିଲେ କିମ୍ବା ଦୂଷିତ ଖାଦ୍ୟ ଓ ପାନୀୟ ମାଧ୍ୟମରେ ସହଜରେ ବ୍ୟାପିଥାଏ। ସଂକ୍ରମିତ ଲୋକଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ ବୋଲି ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେସନ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share