Categories: ଜାତୀୟ

କାନପୁର ପରେ ଏବେ ଲକ୍ଷ୍ନୌରେ ପହଞ୍ଚିଲା ଜିକା

ଲକ୍ଷ୍ନୌ,୧୨ ।୧୧: କରୋନା ପରେ ଏବେ ଚିନ୍ତା ବଢାଇଲାଣି ଜିକା ଭାଇରସ । ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଗୁରୁବାର ୨ ଜଣ ଜିକା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଲକ୍ଷ୍ନୌରେ ଜିକା ଭାଇରସ ଦେଖା ଦେବା ଫଳରେ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଛନକା ପଶି ଯାଇଛି । ଚିହ୍ନଟ ହୋଇଥିବା ଦୁଇ ରୋଗୀ କାନପୁର ରୋଡର ଏଲ୍‌ଡିଏଲ କଲୋନୀର ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ବୁଧବାର କାନପୁରରେ ୧୬ ନୂଆ ଜିକା ଭାଇରସ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଏବେ ସେଠାରେ ୧୦୫ ଜିକା ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ତେବେ ୧୬ ନୂଆ ସଂକ୍ରମିତଙ୍କ ମଧ୍ୟରେ ୨ ଜଣ ଗର୍ଭବତୀ ରହିଥିବା ଜଣାପଡିଛି । ନିକଟରେ ଉତ୍ତର ପ୍ରଦେଶର କନ୍ନୌଜରେ ବି ଜିକା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ସେଠାରେ ୪୫ ବର୍ଷୀୟ ଜଣେ ବ୍ୟକ୍ତି ଜିକାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହାପରେ କନ୍ନୌଜ ସ୍ୱାସ୍ଥ୍ୟ ବିଭାଗ ୩୦ ସାମ୍ପଲ ଯାଞ୍ଚ ପାଇଁ ପଠାଇଥିଲା ।

Share