Categories: ଫୁରସତ

ଦାମୀ ବଙ୍ଗଳାରେ ରହୁଛନ୍ତି ୨ ବିଲେଇ: ମାସକୁ ଘରଭଡ଼ା ୧ ଲକ୍ଷ

ଗୃହପାଳିତ ପଶୁ ଦାମୀ କାରରେ ବୁଲିବା ସାଧାରଣ କଥା। କିନ୍ତୁ ୨ଟି ବିଲେଇ ଏକ ଦାମୀ ବଙ୍ଗଳାରେ ଭଡ଼ା ଘରେ ରହୁଛନ୍ତି। ଏହି ଘରର ଭଡ଼ା ପ୍ରାୟ ୧ ଲକ୍ଷ ଟଙ୍କା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।
ଆମେରିକାର କାଲିଫର୍ଣ୍ଣିଆସ୍ଥିତ ‘ସିଲିକନ ଭ୍ୟାଲି ଷ୍ଟୁଡିଓ’ ଆପାର୍ଟମେଣ୍ଟର ଏକ ଘରେ ଲୁଇସ ଏବଂ ଟୀନା ନାମକ ୨ଟି ବିଲେଇ ଭଡ଼ାରେ ରହୁଛନ୍ତି। ଏହି ଫ୍ଲାଟ୍‌ ୪୦ ବର୍ଗମିଟର ଏରିଆରେ ଅବସ୍ଥିତ। ଏଠାରେବ ବିଲେଇଙ୍କର ୨ ଟି ଶୋଇବା ଘର ଗାଧୁଆ ଘର, ଫୋନ୍‌ ଏବଂ ସୁନ୍ଦର ଫର୍ଣ୍ଣିଚର ମଧ୍ୟ ରହିଛି।
ଲୁଇସ ଏବଂ ଟୀନା ହେଉଛନ୍ତି ଭିକ୍ଟୋରିଆ ଏମିତଙ୍କର। ଭିକ୍ଟୋରିଆ ଅଜୁସା ପେସିଫିକ୍‌ ବିଶ୍ୱବିଦ୍ୟାଳୟର ଛାତ୍ର। ଭିକ୍ଟୋରିଆ ସବୁଦିନ କଲେଜ ଯାଉଥିଲେ। ତାଙ୍କ ବାପା ମଧ୍ୟ ଅଫିସ ଚାଲିଯାଉଥିଲେ। ଏମିତିରେ ବିଲେଇଙ୍କ ଦେଖାଶୁଣା କରିବା ପାଇଁ କେହି ନ ଥିଲେ। ତେଣୁ ଡେଭିଡ କେଲିସ ନାମକ ବ୍ୟକ୍ତି ତାଙ୍କୁ ସାହାଯ୍ୟ କଲେ। ଡେଭିଡ ହେଉଛନ୍ତି ଭିକ୍ଟୋରିଆଙ୍କ ବନ୍ଧୁଙ୍କ ବାପା। ତେଣୁ ଡେଭିଡ ନିଜ ବଙ୍ଗଳାର ଏକ ରୁମ୍‌ ବିଲେଇମାନଙ୍କୁ ରହିବାକୁ ଭଡ଼ାରେ ଦେଲେ। ବିଲେଇଙ୍କ ଖାଇବା-ପିଇବା ସବୁକିଛି ଘରର ଚଟାଣରେ ରଖିଦିଆଯାଇଛି। ସେମାନେ ଏକାକି ଏହି ଘରେ ରୁହନ୍ତି।
ଏ ନେଇ କେଲିସ କୁହନ୍ତି, ବିଲେଇକୁ ନିଜ ଘରେ ଭଡ଼ାରେ ରଖିବା ତାଙ୍କ କୌଣସି ଶଉକ ନ ଥିଲା। ମାତ୍ର ବିଲେଇଙ୍କ ଯୋଗୁ ସେ ଏବେ ଘରେ ଶାନ୍ତିରେ ରହିପାରୁଛନ୍ତି। କାରଣ ମଣିଷ ପରି ସେମାନେ ମଦ ପିଉ ନାହାନ୍ତି କି ଧୂମପାନ ମଧ୍ୟ କରୁ ନାହାନ୍ତି ବୋଲି କେଲିସ କହିଛନ୍ତି।

Share