Categories: ଜାତୀୟ

କେଦାରନାଥ ମନ୍ଦିରରେ ଅଟକି ରହିଲେ ୨ ମୁଖ୍ୟମନ୍ତ୍ରୀ

କେଦାରନାଥ,୧୬।୧୧: ଶୀତଦିନ ଯୋଗୁ କେଦାରନାଥ ମନ୍ଦିର କପାଟ(ଫାଟକ) ସୋମବାରଠାରୁ ବନ୍ଦ କରାଯାଇଛି। ଏଠାରେ କପାଟ ବନ୍ଦ ପୂର୍ବରୁ ସକାଳ ୮ଟା ୩୦ରେ ହୋଇଥିବା ପାରମ୍ପରିକ ପୂଜାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ ଯୋଗଦେଇଥିଲେ। ତେବେ ପ୍ରବଳ ବରଫପାତ ଯୋଗୁ ୨ ମୁଖ୍ୟମନ୍ତ୍ରୀ ଫେରି ନ ପାରି ଅଟକି ରହିଛନ୍ତି। ସେମାନେ ସକାଳ ୭ଟା ୩୦ରେ କେଦାରନାଥରୁ ବଦ୍ରିନାଥ ଆସିବାର କାର୍ଯ୍ୟକ୍ରମ ଥିଲା। ସୂଚନାଯୋଗ୍ୟ, ରବିବାର ରାତ୍ରରୁ ଏଠାରେ ପାଗରେ ପରିବର୍ତ୍ତନ ହୋଇ ବରଫପାତ ଆରମ୍ଭ ହୋଇଛି।

Share