ବୁଦା ମୂଳରୁ ଉଦ୍ଧାର ହେଲେ ୨ କଲରାପତରିଆ ଛୁଆ

ବାଲେଶ୍ୱର ଅଫିସ,୪।୧୨: ସୋର ଥାନା ଅଲ୍ଲିପୁର ଗ୍ରାମର ରାମଚନ୍ଦ୍ର ବାରିକ ଶୁକ୍ରବାର ୨ଟି ଛୁଆ କଲରାପତରିଆ ଅଥବା ଜଙ୍ଗଲୀ କ୍ୱାଟ୍‌ ଉଦ୍ଧାର କରିଛନ୍ତି। ବିଲରେ କାମ କରୁଥିବା ସମୟରେ ସେ ଏକ ବୁଦାମୂଳରେ ସେମାନଙ୍କୁ ଦେଖିବାକୁ ପାଇଥିଲେ। ଛୁଆଦ୍ୱୟ ନିକଟସ୍ଥ କୁଳଡିହା ଅଭୟାରଣ୍ୟରୁ ଖସି ଆସିଥିବା ସନ୍ଦେହ କରାଯାଉଛି। ଏନେଇ ଜଙ୍ଗଲ ବିଭାଗକୁ ଖବର ଦିଆଯାଇଥିବା ସୂଚନା ମିଳିଛି।