Advertisement

ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ଜୀବନ ଗଲା

କୋରାପୁଟ,୧ା୭(ଅମିତାଭ ବେହେରା): ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଜୀବନ ଯାଇଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି କୋରାପୁଟ ଜିଲା ଲମତାପୁଟ ବ୍ଲକ ତୁଷୁବା ପଞ୍ଚାୟତର କଞ୍ଚଣା ଗ୍ରାମରେ।

ସୂଚନାନୁସାରେ, ସେଇ ଗ୍ରାମର ଅର୍ଜୁନ କିର୍ଷାଣୀଙ୍କ ପୁଅ ଅମୀର (୮)ଓ ଲବ କିର୍ଷାଣୀଙ୍କ ପୁଅ ପୁପିନ୍ଦର(୬) ସବୁ ଦିନ ଭଳି ଶନିବାର ପୋଖରୀ ପାଖରେ ଖେଳୁଥିବା ସମୟରେ ହଠାତ ପାଣି ଭିତରକୁ ପଶି ଯାଇଥିଲେ। ପାଣିରେ ବୁଡ଼ି ଯାଉଥିବା ଦେଖି ପାଖରେ ଆଉ ଜଣେ ଛୋଟ ପିଲା ଜୋର୍‌ରେ ପାଟି କରିବାରୁ ପୋଖରୀ ପାଖରେ କାମ କରୁଥିବା କିଛି ଲୋକ ଦୌଡ଼ି ଆସି ପୋଖରୀ ଭିତରେ ଖୋଜାଖୋଜି କରିଥିଲେ। ବହୁ ସମୟ ଖୋଜାଖୋଜି କରିବା ପରେ ଦୁଇ ଜଣଙ୍କ ମୃତଦେହ ମିଳିଥିଲା। ମୃତଦେହ ମିଳିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share