ପୋଖରୀରେ ବୁଡ଼ି ଚାଲିଗଲା ୨ ଶିଶୁଙ୍କ ଜୀବନ

ବାସୁଦେବପୁର,୧ା୧୧(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ପାରାପୋଖରୀ ଓ ତିହିଡ଼ି ବ୍ଲକର ଏକଡ଼ାଳ ଗ୍ରାମରେ ରବିବାର ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ହୋଇଛି। ପାରାପୋଖରୀ ଗ୍ରାମର ସୂର୍ଯ୍ୟକାନ୍ତ ବଳଙ୍କ ଝିଅ ଉର୍ବିରାଣୀ (୩) ନିଜ ମାମୁଁଘର ପଞ୍ଚଟିକ୍ରି ଗ୍ରାମକୁ ଯାଇଥିବା ବେଳେ ଅପରାହ୍ନରେ ପୋଖରୀରେ ବୁଡ଼ି ଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିଭଳି ତିହିଡ଼ି ବ୍ଲକ ଏକଡାଳ ଗ୍ରାମର ସୁବାସ ମଳିକଙ୍କ ପୁଅ ହରେକୃଷ୍ଣ (୮) ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିଲେ। ଦୁଇ ଶିଶୁଙ୍କ ମୃତଦେହ ବାସୁଦେବପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି।

Share