ଖାଲରେ ପଡ଼ି ଦୁଇ ଶିଶୁକନ୍ୟା ମୃତ

ଚିତ୍ରକୋଣ୍ଡା,୨ା୨(ଡି.ଏନ୍‌.ଏ.): ଖାଲକୁ ଖସି ଗୁରୁବାର ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଏନେଇ ଚିତ୍ରକୋଣ୍ଡା ଉପଖଣ୍ଡ ମେଡିକାଲ ଡାକ୍ତର ଘୋଷଣା କରିଛନ୍ତି। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ଢେପ ସାହିରେ ଏପରି ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି। ସୁଭଦ୍ରା କମାର(୪) ଏବଂ ସୁମୀ ଜାନମ(୩) ଦୁହେଁ ଖେଳୁଥିବା ସମୟରେ ପାଣି ଗାତରେ ଖସି ପଡ଼ିଥିଲେ। ରାସ୍ତା କାମ ପାଇଁ ଗାତ କରି ପାଣି ରଖୁଥିଲେ ଠିକାଦାର। କିନ୍ତୁ ରାସ୍ତା କାମ ସରିବା ପରେ ପାଣି ଗାତକୁ ଖୋଲା ଛାଡ଼ି ଦେଇଛନ୍ତି। ଫଳରେ ଆଜି ଏହି ଅଘଟଣ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

Share