୨୧୦୦ ପୃଷ୍ଠାର ରାମାୟଣ ଲେଖିଲେ ଏହି କୁନି ଭଉଣୀ ଭାଇ

କରୋନା ମହାମାରୀ ସମୟରେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିଲା। ସେହି ସମୟରେ ସବୁ ଲୋକ ଘରେ ବନ୍ଦୀ ହୋଇ ରହୁଥିଲେ। ଏହି ସମୟରେ ଲୋକଙ୍କ ପାଇଁ ଟିଭିରେ ପୁଣି ରାମାୟଣ ପ୍ରସାରଣ ହୋଇଥିଲା। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଲକଡାଉନ ସମୟରେ ଦୁଇଜଣ ଭାଇଭଉଣୀଙ୍କ ୨୧୦୦ ପୃଷ୍ଠାର ସମ୍ପୂର୍ଣ୍ଣ ରାମାୟଣ ଲେଖିଛନ୍ତି।

ରାଜସ୍ଥାନର ଜାଲୋରରେ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ମାଧବ ଯୋଶୀ ଏବଂ ତାଙ୍କ ଭଉଣୀ ଅର୍ଚ୍ଚନା ଲକଡାଉନ ସମୟରେ ୨୧୦୦ ପୃଷ୍ଠାରୁ ଅଧିକ ସମ୍ପୂର୍ଣ୍ଣ ରାମାୟଣ ଲେଖିଛନ୍ତି।

ମାଧବ ଏବଂ ଅର୍ଚ୍ଚନା ପେନ୍‌, ପେନ୍‌ସିଲ୍‌ରେ ଏହାକୁ ଲେଖିବା ବେଳେ ଏଥିପାଇଁ ସେ ୨୦ ଟି ଖାତା ବ୍ୟବହାର କରିଥିଲେ।

Share