ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ ୨ କରୋନା ଯୋଦ୍ଧା

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଅଧୀନ କାର୍ଯ୍ୟ କରୁଥିବା ୨ ଜଣ କରୋନା ଯୋଦ୍ଧା ଗୁରୁବାର ସୁସ୍ଥ ହୋଇଛନ୍ତି। ଏମାନେ ହେଲେ ଛତ୍ରପୁର ଏସ୍‌ଡିପିଓ ଓ ଥାନା ଆଇଆଇସି। ଉଭୟ ଅଧିକାରୀ କାର୍ଯ୍ୟରେ ଯୋଗ ଦେଇଥିବା ସମ୍ପର୍କରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଗତ ୧୩ ତାରିଖରେ ଉଭୟ ଅଧିକାରୀ କରୋନା ପଜିଟିଭ୍‌ ହୋଇଥିବା ସମ୍ପର୍କରେ ଏସ୍‌ପି ଟୁଇଟ୍‌ କରି ସୂଚନା ଦେଇଥିଲେ।